Home ଓଡ଼ିଶା କରୋନା ମହାମାରୀ ଅନୁଦାନ ଅର୍ଥ ଚଳୁ, ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ?

କରୋନା ମହାମାରୀ ଅନୁଦାନ ଅର୍ଥ ଚଳୁ, ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୩୧/୧୨ (ସୁନୀଲ ପଟନାୟକ): କରେ। ନା ମୁକା ବିଲା ପାଇଁ ଆସିଥିବା ଅନୁଦାନ ଅର୍ଥକୁ ଜାଲିଆତି କରି ସିଂହଭାଗ ଅର୍ଥ କୁ ଆଡେ ଖଜୁରୀପଡ଼ା ବିଡିଓ ଚଳୁ କରି ଦେଇଥିବା ଦୃଢ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଡିଆରଡିଏ ବରୀଷ୍ଠ ଅଧିକାରୀଙ୍କ ନେତୃତ୍ଵର ଏକ ତଦନ୍ତକାରୀ ଟିମ ଦ୍ଵାରା ତଦନ୍ତହେଲା ହେଲେ କାର୍ଯ୍ୟାନୁଷ୍ଠାନ ହୋଇ ନି ଏଯାଏ । ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତୀ ଓ ଅନିୟମିତତା ସଂପର୍କରେ ଜଣା ପଡିଛି। ବିଡିଓ ରବୀନ୍ଦ୍ରନାଥ କହର ସରକାରୀ ନିତି ନିୟମ ଉଲଙ୍ଘନ କରି ମିଥ୍ୟା ବିଲ୍‌ ପ୍ରସ୍ତୁତ କରି ହଡ଼ପ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ହେଲେ ସବୁ ଜାଣି ପ୍ରଶାସନ ଚୁପ, I
କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରୁ ନି । ବିଡିଓ କହଁର କରୋ । ନା ମହାମାରୀ ସମୟରେ
ଟିଏ ମ ସି ସେଣ୍ଟର ଖୋଲି ପ୍ରବାସୀ ଓଡ଼ିଆଙ୍କୁ ରହିବା ଖାଇବା , କିଟ ପ୍ରଦାନ,ଔଷଧ ପତ୍ର ବାବଦରେ ଆସିଥିବା ଅର୍ଥ ଅନୁବାନ ଖର୍ଚରେ ବ୍ୟାପକ ଅନିୟମିତତା କରିଥିବା ନେଇ ଅଭିଯୋଗ ହେଉଛି ।
ସୂଚନାଯୋଗ୍ୟଯେ, ଖଜୁରୀପଡ଼ା ବ୍ଳକର ୧୪ଟି ପଞ୍ଚାୟତ ରହିଛି ଆଉ ଟିଏ ମସିସେଣ୍ଟରରେ ମୋଟ୬୪୭ ଜଣ ପ୍ରବାସୀ ଥିଲେ । ସେମାନଙ୍କ କିଟ ପାଇଁ ଜଣକ ପିଛା ୩୦୦ଟଙ୍କା ଲେଖାଏ ୧ଲକ୍ଷ ୯୪ ହଜାର ୧୦୦ ଟଙ୍କା ଖର୍ଚ ହେବାକଥା – କିନ୍ତୁ ଏ ବାବଦରେ ବିଡିଓ କୁ ଆଡେ ୯ ଲକ୍ଷ୬୭ ହଜାର ୧୩୧ ଟଙ୍କା ବି ଲ କରିଥିବା ଶୁଣି ବାକୁ ମିଳୁଛି। ସେହିପରି ହଷ୍ଟେଲ ସ୍କୁଲଗୁଡିକରୁ ଖଟ ଓ ବେଡ଼ 6ନଇ କିଣିଥିବା ଦର୍ଶ। ଇଏ ବାବଦ ଅର୍ଥ ମଧ୍ୟ ହଡ଼ପ ହୋଇଥିବା ତଦନ୍ତରୁ ଜଣାପଡିଛି । ସେହିପରି ଜେନେରଟର ଭଡ଼ାରେ ଆଣି ଲଗାଇ ବାପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ଯ ବିଡିଓ ବାବୁ ନୂଆ ଜେନରଟର କିଣିଥିବା ଜଣାପଡିଛି । କେବଳ ଏତିକି ନୁହେଁ ସିଭିଲ କନଷ୍ଟ୍ରକସନ ଓ ମରାମତି ବାବଦରେ ୧ କୋଟି ରୁ ଉର୍ଦ୍ଧ୍ଵ ଟ ଙ୍କାର ବିଲ ପଇଠ ହୋଇଛି । ଯାହାକି ସନ୍ଦେହ ସୃଷ୍ଟି କରିଛି । ବ୍ଳକର ଲେଙ୍କା ନାମକ ଜଣେ ଖାସଯନ୍ତ୍ରୀଙ୍କୁ ଧରି ବିଡ଼ିଓ ଏ ସବୁ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । ଏହି ଯନ୍ତ୍ରୀ ଜଣଙ୍କ ଭଲ ଦିଆନିଆ କରିବା ସହ ନେଇ ଆଣି ଥୋଇପାରୁଥିବା ଯୋଗୁଁ ବିଡିଓ ତାଙ୍କୁ ପାଞ୍ଚ ପାଞ୍ଚଟି ପଞ୍ଚାୟତ ଦାୟୀତ୍ଵ ଦେବା ସହ ସମସ୍ତଙ୍କ ଭଲ ମନ୍ଦ କଥା ବୁଝିବା ଲାଗି ଦାୟୀତ୍ଵ ଦେଇଛନ୍ତି କୁଆଡେ ।
ହେଲେ ତଦନ୍ତ୍ ପରେ ଦୁର୍ନିତୀ ଓ ଅନିୟମିତତ।ରେ ସଂପୃକ୍ତ ଥିବା ବିଡିଓଙ୍କ ବିରୁଦ୍ଧରେ କାହିଁକି ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପଚାରିବାରେ
ବିଡିଓ ଓ ଅନ୍ୟ ସହଯୋଗୀଙ୍କ ବିରୁଦ୍ଧରେ ଅତି ଶିଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ରବରୀଷ୍ଠ ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି । ତେବେ ଏହି ବିଡିଓଙ୍କ ମନ୍ତ୍ରୀ ଓ ରାଜନେତାଙ୍କ ସହ ଭିତିରି ସଂପର୍କ ଥିବା ଓ ସେ ଆଗକୁ ଶାସକ ଦଳ ଟିକଟରେ ବିଧାନସଭା ନିର୍ବାଚନ ଲଢିବା ପାଇଁ ମନ ବଳାଇ ଥିବା ଶୁଣିବାକୁ ମିଳୁଛି । ଏ ନେଇ ବିଡ଼ିଓ ନିଜେ ପ୍ରଚାର କରୁଥିବା ନେଇ ଚର୍ଚା ହେଉଛି ।
ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ବିଡ଼ିଓ ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାଲାଗି ଦାବୀ କରାଯାଇଛି। ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ବିରୋଧି ଚେତାବନୀ ଦେଇଛନ୍ତି ।

related posts

Leave a Comment