Home Breaking News / ତାଜା ଖବର ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ଅକ୍ଷୟ କୁମାର ପୂଜାହାରୀ): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନକଲି ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ରଥପୁର ମେହେରପଡାର କାର୍ତ୍ତିକ ମେହେର । ଅଭିଯୋଗ ଅନୁସାରେ ଦୁଇ ଦିନ ତଳେ କାର୍ତ୍ତିକଙ୍କୁ ଜ୍ବର ଓ ମୁଣ୍ଡବ୍ୟଥା ହେବାରୁ ସେ ଏକ ଘରୋଇ କ୍ଲିନିକରେ ଦେଖାଇଥିଲେ । ସେଠାରେ ଚିକିତ୍ସା କରୁଥିବା ବଙ୍ଗାଲି ଡାକ୍ତର କିଛି ଔଷଧ ଖାଇବାକୁ ଦେଇଥିଲେ । ପରେ ଘରକୁ ଯାଇ ଗୁରୁତର ହେବାରୁ ସେଠାକୁ ପୁଣି ସେଠାକୁ ଆସିଥିଲେ । ତେବେ ଡାକ୍ତର ଜଣକ ସେଠାରେ ଏକ ଇଞ୍ଜେକସନ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ କହିଥିଲେ । ପରିବାର ଲୋକ କାର୍ତ୍ତିକଙ୍କୁ ସୁବର୍ଣ୍ଣପୁର ଓ ପରେ ବୁର୍ଲା ବଡ ମେଡିକାଲକୁ ନେଇଥିଲେ । ଶେଷରେ ଗତ ରାତିରେ ବୁର୍ଲାରେ ତାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକ ବୁର୍ଲାରୁ ଶବକୁ ଆଣି ସଂପୃକ୍ତ ଡାକ୍ତରଙ୍କ ଘର ଆଗରେ ରଖି ପ୍ରତିବାଦ କରିଛନ୍ତି । ଭୁଲ ଚିକିତ୍ସା ଯୋଗୁଁ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଡାକ୍ତର ଜଣକ ଫେରାର ମାରିଥିବା ଜଣା ପଡିଛି । ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଲାଗିଥିବାବେଳେ ବିରମହାରାଜପୁର ପୋଲିସ ପହଂଚି ଘଟଣାର ଅନୁସନ୍ଧାନ କରୁଛି । ତେବେ ପୋଲିସ ପାଖରେ ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ପୋଲିସ କହିଛି । ତେବେ ମୃତକଙ୍କ ପରିବାରକୁ ନ୍ୟାୟ ଦାବି କରିଛନ୍ତି ପରିବାର ଲୋକ ।

related posts

Leave a Comment