Home Breaking News / ତାଜା ଖବର କାର୍ଯ୍ୟରତ ପୂର୍ବ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏସିଅ ଶବରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କାର୍ଯ୍ୟରତ ପୂର୍ବ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏସିଅ ଶବରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ- ୩୦/୧୨-(ଧନେଶ୍ବର ରାଉତ)-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହରେ କାର୍ଯ୍ୟରତ ପୂର୍ବ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏସିଅ ଶବର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବାର ବର୍ଷ ଧରି ଶ୍ରୀ ଶବର ଏଇ ବ୍ଲକରେ କାର୍ଯ୍ୟ କରି ଆସୁଥିଲେ ନିଜ ଦାୱିତ୍ୱକୁ ସେ ସୁଚାରୁ ରୂପେ କାର୍ଯ୍ୟ କରି ଆସୁଥିଲେ ତାଙ୍କ ରହିବା ସମୟରେ ଅନେକ ଜନ ମଙ୍ଗଳ କାର୍ଯ୍ୟ ସହ ଆଞ୍ଚଳିକ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବେଶ୍ ଉଦ୍ୟମ ଜାରି କରିଥିଲେ । ନିକଟରେ ତାଙ୍କର କୋଲନୋରା ବ୍ଲକରେ ଟ୍ରାନ୍ସଫର ହୋଇଥିଲା ସେଠାରୁ ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ଭାବେ ଭଞ୍ଜନଗର ଉପଖଣ୍ଡରେ ତାଙ୍କର ପଦନ୍ନତି ହୋଇଛି। ବିଦାୟ କାଳୀନ ସମ୍ବର୍ଦ୍ଧନା ସମୟରେ ଶ୍ରୀ ସବରଙ୍କୁ ଉପହାର ସହ ଉପଢୋକନ ପକେଇ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସମୟରେ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଧାକର ରଇତ, ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ବଳରାମ ପାତ୍ର, ବଡ଼ ବାବୁ ବିଶ୍ଵନାଥ ଗମାଙ୍ଗ ଓ ଜି ପି ଓ ମାନସ ରଞ୍ଜନ ପ୍ରଧାନ ମଞ୍ଚାସୀନ ରହିଥିବା ବେଳେ ବ୍ଲକର କାର୍ଯ୍ୟରତ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ବିପିଏମ୍ ଶ୍ରୀ କଳ୍ପତରୁ ବେହେରା ଓ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦୟାନିଧି ଭାତ୍ରା ପରିଚାଳନା କରିଥିଲେ।

related posts

Leave a Comment