Home Breaking News / ତାଜା ଖବର ଅନ୍ତର୍ଜାତୀୟ କ୍ରିକେଟରୁୁ ରସ୍ ଟେଲରଙ୍କ ସନ୍ୟାସ ଘୋଷଣା

ଅନ୍ତର୍ଜାତୀୟ କ୍ରିକେଟରୁୁ ରସ୍ ଟେଲରଙ୍କ ସନ୍ୟାସ ଘୋଷଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୁରୁବାର ସକାଳେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡର ଦିଗଜ କ୍ରିକେଟର ରସ୍ ଟେଲର । ୩୭ ବର୍ଷୀୟ ଟେଲର ଗୁରୁବାର ସକାଳେ ହିଁ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ କ୍ରିକେଟ ଅବସର ନେଇ ସାରା ବିଶ୍ୱକୁ ଜଣାଇ ଦେଇଛନ୍ତି । ଏହା ସହିତ ଟେଲର ଜଣାଇ ଦେଇଛନ୍ତି ଆସନ୍ତା ବାଂଲାଦେଶ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚ ତାଙ୍କର ଶେଷ ଟେଷ୍ଟ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ୬ଟି ଦିନିକିଆ ତାଙ୍କର ଶେଷ ଅନ୍ତର୍ଜାତୀୟ ଦିନିକିଆ ରହିବ ବୋଲି ସେ ଘୋଷଣା କରିଛନ୍ତି । ୧୭ ବର୍ଷ ଧରି ତାଙ୍କୁ ସମର୍ଥନ ଦେଇ ଆସୁଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ନ୍ୟୁଜିଲାଣ୍ଡର ରସ୍ ଟେଲର ମୋଚ୍ ୪୪୫ ଇଂଟରନାସନାଲ ମ୍ୟାଚ ଖେଳିଛନ୍ତି । ଏଥିରୁ ୪୦ ଶତକ ରହିଛି । ୧୧୦ଟି ଟେଷ୍ଟରୁ ସେ ୭୫୮୪ ରନ୍ ଏବଂ ୨୩୮ ଦିନିକିଆରୁ ୮୫୮୧ ରନ୍ ସ୍କୋର କରିଛନ୍ତି । ୧୦୨ଟି ୨୦ ମ୍ୟାଚରୁ ତାଙ୍କ ନାଁରେ ୧୯୦୯ ରନ୍ ରହିଛି । ଟେଷ୍ଟରେ ୧୯ଟି ଏବଂ ଦିନକିଆରେ ସେ ୨୧ଟି ଶତକ ହାସଲ କରିଛନ୍ତି । ବର୍ତମାନ ଆହୁରି ୨ଟି ଟେଷ୍ଟ ଏବଂ ୬ଟି ଦିନିକିଆ ଖେଳିବା ବାକି ରହିଥିବାରୁ ଟେଲରଙ୍କ ବିଦାୟୀ ସିରିଜରେ ଆଉ କିଛି ବଡ ସ୍କୋର ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି ।

related posts

Leave a Comment