Home Breaking News / ତାଜା ଖବର ଚାଷୀଙ୍କ ରାସ୍ତାରୋକ

ଚାଷୀଙ୍କ ରାସ୍ତାରୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ଟାଙ୍ଗୀ-ଚୌଦ୍ବାର ଓ ତିଗିରିଆ ବ୍ଲକ ର ବିହନ ଉତ୍ପାଦନକାରୀ କୃଷକମାନେ ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖ ରେ ବିହନ ପ୍ରକ୍ରିୟାକରଣ କାର୍ଯ୍ୟାଳୟ ଜଗତପୁର PNB ବ୍ୟାଙ୍କ୍ ପଛପଟେ ସ୍ଥାପନ କରିବାକୁ କଟକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। କାରଣ ଏହି ସ୍ଥାନ ରେ ବିହନ ପ୍ରକ୍ରିୟାକରଣ କାର୍ଯ୍ୟାଳୟ ଟି ନିର୍ମାଣ କରାଗଲେ ସମସ୍ତ ଚାଷୀ ମାନଙ୍କୁ ସୁବିଧା ହେବ। ତାଛଡା ଏହି ସ୍ଥାନ ଟି ୫ ଗୋଟି ବ୍ଲକ ର ମଧ୍ୟ ସ୍ଥଳୀ ହୋଇଥିବାରୁ ଚାଷୀମାନେ ଏଠାକୁ ସୁବିଧା ରେ ଯା’ଆସ କରିପାରିବେ। ଆଉ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ପରେ ଗତ ଡିସେମ୍ବର ୯ ତାରିଖ ରେ MD OSSC ଙ୍କୁ ଚାଷୀମାନେ ଭେଟି ବିହନ ପ୍ରକ୍ରିୟାକରଣ କାର୍ଯ୍ୟାଳୟ ସ୍ଥାନର ସମସ୍ତ କାଗଜପତ୍ର ଦେଇଥିଲେ, ହେଲେ MD ଙ୍କ ଏଠାରେ ନୂତନ ବିହନ ପ୍ରକ୍ରିୟାକରଣ କାର୍ଯ୍ୟାଳୟ କରିବାକୁ ବିମୁଖ ମନୋଭାବକୁ ନେଇ ଚାଷୀମାନେ କ୍ଷୁବ୍ଧ ହୋଇ ଆଜି କଟକ-କେନ୍ଦ୍ରାପଡା ରାସ୍ତା ର ପାଗା ଛକ ଠାରେ ରାସ୍ତା ରୋକ କରିଥିଲେ। କିଛି ସମୟ ରାସ୍ତାରୋକ ପରେ ଚାଷୀମାନଙ୍କୁ ପୋଲିସ ଉଠାଇ ନେଲା। ବିଭାଗ ଏହା ଉପରେ ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀମାନେ। ଏହି ନୂତନ ବିହନ ପ୍ରକ୍ରିୟାକରଣ କାର୍ଯ୍ୟାଳୟ ଜଗତପୁର ଠାରେ କରିବା ପାଇଁ ଚାଷୀମାନେ କଟକ ଜିଲ୍ଲାପାଳ,କୃଷି ମନ୍ତ୍ରୀ, ପଂଚାୟତରାଜ ମନ୍ତ୍ରୀ,ପ୍ରିନସିପାଲ ସେକ୍ରେଟାରୀ କୃଷି ବିଭାଗ,MD OSSC ଭୁବନେଶ୍ୱର, ଏସପି କଟକ, ତହସିଲଦାର ସାଲେପୁର, ଥାନା ଅଧିକାରୀ ସାଲେପୁର ଓ ଜଗତପୁର ଙ୍କୁ ଲିଖିତ ଅଭିଯୋଗ କରିଥିଲେ।

related posts

Leave a Comment