Home Breaking News / ତାଜା ଖବର ସେଂଚୁରିଆନ୍ ଟେଷ୍ଟରେ ଭାରତର ଦମଦାର ବିଜୟ, ୧-୦ରେ ସିରିଜ ଆଗୁଆ ଟିମଇଣ୍ଡିଆ

ସେଂଚୁରିଆନ୍ ଟେଷ୍ଟରେ ଭାରତର ଦମଦାର ବିଜୟ, ୧-୦ରେ ସିରିଜ ଆଗୁଆ ଟିମଇଣ୍ଡିଆ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଟେଷ୍ଟରେ ଭାରତର ବଡ ବିଜୟ । ସେଂଚୁରିଆନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଭାରତ ୧୧୩ ରନର ବଡ ବ୍ୟବଧାନରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ୩ ମ।।ଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିନେଇଛି । ସେହିପରି ଦକ୍ଷିଣଆଫ୍ରିକା ବିରୋଧରେ ଭାରତର ଏହା କ୍ରମାଗତ ପଂଚମ ଟେଷ୍ଟ ବିଜୟ । ଏହା ପରେ ପ୍ରଥମ ଥର ପାଇଁ ଦକ୍ଷିଣଆଫ୍ରିକାକୁ ତା ମାଟିରେ ପରାସ୍ତ କରି ସିରିଜ ବିଜୟର ବଡ ସୁଯୋଗ ରହିଛି ଭାରତ ନିକଟରେ ।
ସେଂଚୁରିଆନ୍ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଦଳ ଦ୍ୱିତୀୟ ଇନିଂସରେ ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୯୧ ରନରେ ପୁରା ଟିମ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ବୁମରା ଏବଂ ସାମି ୩ଟି ଲେଖାଏଁ ଏବଂ ମହମ୍ମଦ ସିରାଜ ଏବଂ ଆର ଅଶ୍ୱିନ୍ ୨ଟି ଲେଖାଏଁ ୱିକେଟ ବାଂଟି ନେଇଥିଲେ । ଘରୋଇ ଦଳକୁ ପରାଜୟରୁ ବଂଚାଇବାକୁ ଏଲଗାର ବଡ ସଂଘର୍ଷ କରିଥିଲେ ମଧ୍ୟ ଏହା କିଛି ସମୟ ପାଇଁ ପରାଜୟ ଟାଳି ଦେଇଥିଲା, କିନ୍ତୁ ଦଳକୁ ରକ୍ଷା କରିପାରିନଥିଲା । ଏଲଗାର ୧୫୬ ବଲ ଖେଳି ୭୭ ରନ୍ ସ୍କୋର କରି ବୁମରାଙ୍କ ତୃତୀୟ ଶିକାର ବନିବା ପରେ ଭାରତର ବିଜୟ ରାସ୍ତା ଫିଟି ଯାଇଥିଲା ।

ଭାରତ ଆଗରେ ଇତିହାସ ରଚିବାକୁ ସୁଯୋଗ

  • ପୂର୍ବରୁ କେବେ ଦକ୍ଷିଣଆଫ୍ରିକା ବିରୋଧରେ ଟେଷ୍ଟ ସିରିଜ ଜିତିନି ଭାରତ
  • ବର୍ତମାନ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ଭାରତ
  • ଭାରତ ନିକଟରେ ଟେଷ୍ଟ ସିରିଜ ଜିତିବାର ଅଛି ବଡ ସୁଯୋଗ
  • ୨ୟ ଟେଷ୍ଟ ଜୋହାନ୍ସବର୍ଗରେ ୩ ଜାନୁଆରୀରୁ ଖେଳାଯିବ
  • ଆଉ ଗୋଟିଏ ଟେଷ୍ଟ ଜିତିଲେ ଭାରତ ଜିତିବ ଟେଷ୍ଟ ସିରିଜ
  • ୨୦୧୮ରେ ଜୋହାନ୍ସବର୍ଗ ଟେଷ୍ଟରେ ଭାରତ ଦକ୍ଷିଣଆଫ୍ରିକାକୁ ହରାଇଥିଲା
  • ବର୍ତମାନ ଦକ୍ଷିଣଆଫ୍ରିକା ବିରୋଧରେ ସିରିଜ ବିଜୟ ଦ୍ୱାର ଦେଶରେ ଟିମଇଣ୍ଡିଆ

related posts

Leave a Comment