Home Breaking News / ତାଜା ଖବର ପୁରା ଝଡି ଗଲେଣି କିମ୍ ଜୋନ ଉନ, ପତଳା ଚେହେରାର ଫଟୋ ଆପଣଙ୍କ ଆଖି ଖାଇଯିବ ଧୋକା, ପଢନ୍ତୁ ପୁରା ରିପୋର୍ଟ ..

ପୁରା ଝଡି ଗଲେଣି କିମ୍ ଜୋନ ଉନ, ପତଳା ଚେହେରାର ଫଟୋ ଆପଣଙ୍କ ଆଖି ଖାଇଯିବ ଧୋକା, ପଢନ୍ତୁ ପୁରା ରିପୋର୍ଟ ..

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଉତରକୋରିଆ ଶାସକ କିମ୍ ଜୋନ ଉନ ସବୁବେଳେ ତାଙ୍କର ବିଚିତ୍ର ଜୀବନ ଏବଂ ନିର୍ଦ୍ଦେଶାବଳିକୁ ନେଇ ଚର୍ଚାରେ ରହିଥାନ୍ତି । ନିକଟରେ ସେମିତି ଏକ ନିୟମକୁ ନେଇ ମଧ୍ୟ ଚର୍ଚାକୁ ଆସିଛନ୍ତି କିମ୍ ଜୋନ ଉନ । କିମ୍ ଜୋନ ଉନ କିଛି ଦିନ ତଳେ ୧୧ ଦିନ ପାଇଁ ନିଜ ଦେଶର ନାଗରିକଙ୍କୁ ହସିବା, କାନ୍ଦିବା, କିଣାକିଣି କରିବା ଏବଂ ମଦ ପିଇବା ଉପରେ ରୋକ୍ ଲାଗାଇଥିଲେ । ଏହାର କାରଣ ଚଳିତ ବର୍ଷ ତାଙ୍କର ବାପା କିମ୍ ଜୋଙ୍ଗ ଇଲଙ୍କ ଦଶମ ଶ୍ରାଦ୍ଧ ବର୍ଷ । ତାଙ୍କ ବାପାଙ୍କ ନିଧନକୁ ୧୦ ବର୍ଷ ପୁରା ହେଉଥିବାରୁ ସେ ଏପରି କଟକଣା ଜାରି କରିଥିଲେ । ତେବେ ଏହି ସମୟରେ ଉତରକୋରିଆର ଗଣମାଧ୍ୟମ ସଂସ୍ଥା , କୋରିଆନ୍ ନ୍ୟୁଜ ଏଜେନ୍ସି ଦ୍ୱାରା ଏକ ଫଟୋ ଜାରି କରାଯାଇଛି , ଯେଉଁଥିରେ କିମ୍ ଜୋନ ଉନଙ୍କ ବଦଳି ଯାଇଥିବା ଚେହେରା ଦେଖିବାକୁ ମିଳିଛି । ବର୍ତମାନ ସାମ୍ନାକୁ ଆସିଥିବା ଫଟୋଟି ଗତ ଡିସେମ୍ୱର ୨୮ ତାରିଖର । ଫଟୋରେ ଦେଖିବାକୁ ମିଳୁଛି କିମ୍ ଜୋନ ଉନ ପୁରା ଝଡି ଯାଇଛନ୍ତି । ମୁହଁରେ ଭରି ରହିଥିବା ମାଂସ ବି ସୁଖି ଗଲାଣି । ଲାଗୁଛି ପ୍ରାୟ ୪୦ ପାଉଣ୍ଡ ଓଜନ ହ୍ରାସ ହୋଇଯାଇଛି ।

ଖାଦ୍ୟ ସଂକଟରେ ଉତରକୋରିଆ
-ବର୍ତମାନ ଉତର କୋରିଆ ଖାଦ୍ୟ ସଂକଟରେ ଗତି କରୁଛି
-ଲୋକ ମାନଙ୍କୁ କମ୍ ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କିମ୍ ଜୋନ ଉନ
-ନିଜେ କିମ୍ ଜୋନ ଉନ ମଧ୍ୟ କମ୍ ଖାଦ୍ୟ ଖାଉଛନ୍ତି
-ଖାଦ୍ୟ କଟକଣା ପରେ କିମ୍ ଜୋନ ଉନ ଏପରି ପରିବର୍ତନ ଦିଶୁଛନ୍ତି

  • କିମ୍ ଜୋନ ଉନଙ୍କ ନିକଟତମ ସୂତ୍ର ଅନୁସାରେ ସେ ଏବେ ପୁରା ସୁସ୍ଥ ଅଛନ୍ତି

related posts

Leave a Comment