Home Breaking News / ତାଜା ଖବର କାହିଁକି ବ୍ରେକଅପ୍ କରିଥିଲେ ସୁସ୍ମିତା ସେନ୍‌, ଜାଣନ୍ତୁ କଣ କହିଲେ ବଲିିଉଡ ବ୍ୟୁଟି ସୁସ୍ମିତା ସେନ..?

କାହିଁକି ବ୍ରେକଅପ୍ କରିଥିଲେ ସୁସ୍ମିତା ସେନ୍‌, ଜାଣନ୍ତୁ କଣ କହିଲେ ବଲିିଉଡ ବ୍ୟୁଟି ସୁସ୍ମିତା ସେନ..?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲିଉଡ ବ୍ୟୁଟି ସୁସ୍ମିତା ସେନ୍ ଯେବେଠାରୁ ରେହମତ ସାଲଙ୍କ ଠାରୁ ବ୍ରେକଅପ୍ କରିଛନ୍ତି, ସେବେଠାରୁ ଫ୍ୟାନଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ବ୍ରେକଅପ୍ କଲେ ସୁସ୍ମିତା ସେନ୍ । ସମସ୍ତଙ୍କ ମନରେ ମଧ୍ୟ ଏହି କାରଣ ଜାଣିବାକୁ ବଡ ଉତ୍ସାହ ରହିଥିଲା । ବର୍ତମାନ ଏହାକୁ ନେଇ ମୁହଁ ଖୋଲିଛନ୍ତି ବ୍ରାହ୍ମାଣ୍ଡ ସୁନ୍ଦରୀ । ଏକ ସାକ୍ଷାତକାରରେ ସୁସ୍ମିତା ସେନ୍‌, ରେହମତ ସାଲଙ୍କ ସହିତ ବ୍ରେକ ଅପକୁ ନେଇ ମୁହଁ ଖୋଲିଛନ୍ତି । ଅଭିନେତ୍ରୀ କହିବାକୁ ଉଦ୍ୟମ କରିଛନ୍ତି ପରଷ୍ପର ମଧ୍ୟରେ ନିକଟତର ହେବା ଏକ ବଡ କଥା ।
ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ସୁସ୍ମିତା କହିଛନ୍ତି ଯେତେବେଳେ ଜଣେ ପବ୍ଲିକ୍ ଫିଗର ହୋଇଥାଏ, ତାଙ୍କ ସହିତ ଥିବା ଲୋକଙ୍କ ଉପରେ ମଧ୍ୟ ନଜର ରହିଥାଏ । ସେହି ବ୍ୟକ୍ତି ସେତେବେଳେ ସେହି ସ୍ଥାନରେ ରହିଥାନ୍ତି, କାରଣ ତାଙ୍କୁ ସେଠାକୁ ଅଣାଯାଇଥାଏ । ସେଥିପାଇଁ ତାଙ୍କର ଏହି ଜୀବନ ପ୍ରତି କୌଣସି ପରବାୟ ନାହିଁ । ନା ତୁମେ କାହାର ଜୀବନ ପ୍ରତି ପରବାୟ କରୁଛ, ନା କାହା ପ୍ରତି ତୁମ ମନରେ କିଛି ଫିଲିଙ୍ଗସ ବା ଅନୁଭବ ଅଛି । ତେଣୁ ଲାଗିଲା ଏହା କେବଳ ଏକ ସଂପର୍କରେ ରହିବା ପରି । ତେଣୁ ଏହି ସଂପର୍କକୁ ସେହିଠାରେ ହିଁ ଶେଷ କରିଦେଲି । କାରଣ ଦୁଇ ଜଣଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ , କାରଣ ସମସ୍ତେ ନିଜ ନିଜର ଜୀବନ ବଂଚିବା ଜରୁରୀ । ହଁ ଉଭୟଙ୍କ ମଧ୍ୟରେ ବନ୍ଧୁତା କିନ୍ତୁ ସବୁଦିନ ପାଇଁ ରହିବ । ଯଦି ମୁଁ ବସିବି ଏବଂ ଭୟଙ୍କର କଥା ସବୁ ଭାବିବାକୁ ଲାଗିବି, ତେବେ ମୁଁ ହିଁ ମୋ ଜୀବନକୁ ବରବାଦ କରୁଛି । ଜୀବନରେ କୌଣସି ଘଟଣା ଦ୍ୱିତୀୟ ଥର ଆସେନି । ଦୁନିଆକୁ ପ୍ରେମ ଦରକାର ।

related posts

Leave a Comment