Home Breaking News / ତାଜା ଖବର ନରସିଂହ ଦାସ ହାଇସ୍କୁଲ ପୁରାତନ ଛାତ୍ରଙ୍କ ବାର୍ଷିକ ସମିଳନୀ, ୧୯୬୨ ମସିହା ଛାତ୍ରଙ୍କ ବନ୍ଧୁ ମିଳନ

ନରସିଂହ ଦାସ ହାଇସ୍କୁଲ ପୁରାତନ ଛାତ୍ରଙ୍କ ବାର୍ଷିକ ସମିଳନୀ, ୧୯୬୨ ମସିହା ଛାତ୍ରଙ୍କ ବନ୍ଧୁ ମିଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୁଷୋତ୍ତମପୁର :(ଭାଗ୍ୟଶ୍ରୀ ସାହୁ )- ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନରସିଂହ ଦାସ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂଘଠନର ବାର୍ଷିକ ଉତ୍ସବ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ୧୯୬୨ ମସିହା ରେ ଅଧ୍ୟୟନ କରୁଥିବା ଛାତ୍ରମାନେ ତଥା ବର୍ତ୍ତମାନ ସ୍ଥିତିରେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସରପ୍ରାପ୍ତ ନେଇଯାଇଥିବା ମାନ୍ୟଗଣ ବ୍ୟକ୍ତି ମାନେ ମିଶି ଖୁସି ପ୍ରକଟ କରିଥିଲେ । ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଛାତ୍ର ବନ୍ଧୁ ଶାଶମାଲ ମଞ୍ଚର ସବାପତିତ୍ୱ କରିଥିବା ବେଳେ ପୁରାତନ ଛାତ୍ର ତଥା ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଖଲ୍ଲିକୋଟ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ପଣ୍ଡା ମୁଖ୍ୟ ବକ୍ତା , ଅନ୍ୟତମ ବକ୍ତା ଭାବେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ, ସଂମ୍ମାନୀତ ଅତିଥି ଭାବେ ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ଏ. ରାଜ ଗୋପାଳ ରାଓ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରାଣ କୃଷ୍ଣ ପାତ୍ର ଯୋଗ ଦେଇ ମଞ୍ଚର ଶୋଭା ବର୍ଦ୍ଧନ କରିଥିଲେ । ପ୍ରଥମେ ନରସିଂହ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି ସ୍କୁଲରେ ଅଧ୍ୟୟନ କରି ନିଜକୁ ଗର୍ବିତ ମନେ କରିଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ବହୁ ପୂର୍ବରୁ ଅର୍ଥାତ ଆନୁମାନିକ ୧୮୯୭ ମସିହାରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା । ଉକ୍ତ ସମୟରେ ଶିକ୍ଷାର ବିକାଶ ହୋଇନଥିଲା ,ସେହି ସମୟରେ ଏହି ଅଞ୍ଚଳରେ ଶିକ୍ଷା ବିପ୍ଳବ ର କର୍ଣ୍ଣଧାର ସାଜିଥିଲେ ନରସିଂହ ବାବୁ । ତାଙ୍କରି ଦୂରଦୃଷ୍ଟି ଯୋଙ୍ଗୁ ଅଞ୍ଚଳରେ ପ୍ରଥମେ ସ୍କୁଲ ନିର୍ମାଣ ହୋଇଥିଲା । ଏହାର ଆଖପାଖ ୨୫ କିଲୋମିଟର ଦୂରରୁ ପିଲା ଆସି ପାଠ ପଢୁଥିବା ଉପରେ ଆଲୋକପାତ କରିଥିଲେ ।ସର୍ଵ ପ୍ରଥମ ସ୍କୁଲ ଭାବେ ଏହି ଅଞ୍ଚଳରେ ସୁନାମ ଅର୍ଜନ କରିଥିବା ନଜରକୁ ଆଣିଥିଲେ ଅତିଥି ମାନେ । ଏହି ଅବସରରେ ହାଇସ୍କୁଲ ପଡ଼ିଆରେ କ୍ରିକେଟ ତୁର୍ଣ୍ଣାମେଣ୍ଟ ହୋଇଥିଲା ।ଏନ.ଡି.ହାଇସ୍କୁଲ ଛାତ୍ର ମାନଙ୍କ ସହ ଇଲେଭେନ ଷ୍ଟାର କ୍ରିକେଟ ଦଳ । ୧୨ଓଭେର ବିଶିଷ୍ଟ କ୍ରିକେଟ ଖେଳ ପ୍ରତିଯୋଗିତାରେ ଇଲେଭେନ ଷ୍ଟାର ଦଳକୁ ହରାଇ ଏନ. ଡି. ହାଇସ୍କୁଲ ଦଳ ବିଜୟୀ ହୋଇଥିଲା । ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ମେନାପ ମ୍ୟାଚ ବିଜେତା, ସିରିଜ ବିଜେତା ସହ ପରାସ୍ତ ଦଳକୁ ମାନ୍ୟବର ଅତିଥି ବୃନ୍ଦ ପୁରସ୍କାର ବିତରଣ କରିଥିଲେ । ସ୍କୁଲ ର ପୁରାତନ ଛାତ୍ର ବାସୁଦେବ ମହାପାତ୍ର, ଅରୁଣ କୁମାର ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ବେହେରା, ପ୍ରଧାନ ଶିକ୍ଷକ ଜନମଜୟ ସାହୁଙ୍କ ସହ ବହୁ ପୁରାତନ ଛାତ୍ର, ଶିକ୍ଷକ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସ୍କୁଲ ର ବିଭିନ୍ନ ଉନ୍ନତି ଦିଗରେ କାର୍ଯ୍ୟ କରି ସ୍କୁଲର ସୁନାମ ଅର୍ଜନ କରିବା ପାଇଁ ଆଲୋକ ପାତ କରାଇଥିଲେ ।

related posts

Leave a Comment