Home Breaking News / ତାଜା ଖବର ୪ ଡୋଜ୍ ଟିକା ନେଇଥିବା ମହିଳାଙ୍କୁ ହେଲା କରୋନା!

୪ ଡୋଜ୍ ଟିକା ନେଇଥିବା ମହିଳାଙ୍କୁ ହେଲା କରୋନା!

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଇନ୍ଦୋର: ୪୪ ବର୍ଷୀୟା ଜଣେ ମହିଳା ଇନ୍ଦୋରରୁ ଦୁବାଇ ଏଆର ଇଣ୍ଡିଆର ବିମାନରେ ଯିବାପାଇଁ ପ୍ରସ୍ତୁତ ହେଉଥିଲେ । ବିମାନବନ୍ଦରରେ ମହିଳାଙ୍କ କରୋନା ପରୀକ୍ଷା କରିବା ପରେ ଜଣା ପଡିଲା ଯେ ମହିଳା କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ତେଣୁ ତାଙ୍କୁ ବିମାନଯାତ୍ରାରୁ ବାରଣ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଅଧିକାରୀ ଜଣକ କହିଛନ୍ତି, ଦୁବାଇର ଏହି ଅଧିବାସୀ ଜଣକ ଦୁଇଟି ଭିନ୍ନ କମ୍ପାନିର ୪ ଡୋଜ୍ ଟିକା ନେଇଛନ୍ତି ।
ଇନ୍ଦୋର ସ୍ଵାସ୍ଥ୍ୟ ବିଭାଗର ଜଣେ ମେଡିକାଲ ଅଫିସର ଡାକ୍ତର ପ୍ରିୟଙ୍କା କୌରଭ କହିଛନ୍ତି, ଆଜି କୋଭିଡ୍‌ ଗାଇଡ ଲାଇନ  ଅନୁଯାୟୀ ଇନ୍ଦୋର- ଦୁବାଇ ବିମାନରେ ୮୩ ଜଣ ଯାତ୍ରୀଙ୍କ ସାପ୍ତାହିକ ରାପିଡ୍ ଆରଟି-ପିସିଆର୍ ପରୀକ୍ଷା କରାଯାଇଥିଲା, ଏମାନଙ୍କ ମଧ୍ୟରୁ ଜଣେ ମହିଳା କରୋନା ଦ୍ଵାରା ଆକ୍ରାନ୍ତ ବୋଲି ଜଣାପଡିଛି । ବର୍ତ୍ତମାନ ମହିଳାଙ୍କ ଦେହରେ କୌଣସି ଲକ୍ଷଣ ନାହିଁ । ତେବେ ମହିଳା ବିମାନର ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଛନ୍ତି, ତାଙ୍କୁ ୪ ଦିନ ପୂର୍ବରୁ ଥଣ୍ଡା ଓ କାଶ ହୋଇଥିଲା ।

related posts

Leave a Comment