Home Breaking News / ତାଜା ଖବର ତ୍ରୟ ମାସିକ ନିଃଶୁଳ୍କ ମୈଳିକ କମ୍ପ୍ୟୁଟର ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ତ୍ରୟ ମାସିକ ନିଃଶୁଳ୍କ ମୈଳିକ କମ୍ପ୍ୟୁଟର ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୯/୧୨-(ଧନେଶ୍ବର ରାଉତ) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ, ଦୁଵେସାହି ସ୍ଥିତ ସିଆଇଆଇଆଇଟି କମ୍ପ୍ୟୁଟର ଶିକ୍ଷା ତାଲିମ କେନ୍ଦ୍ର ପରିସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରିଡ଼ା ମନ୍ତ୍ରଣାଳୟ ଅନ୍ତର୍ଗତ ନେହରୁ ଯୁବ କେନ୍ଦ୍ର ସଂଗଠନ ଜିଲ୍ଲା ଶାଖା ତରଫରୁ ତୟମାସିକ ନିଶୁଳ୍କ ମୈଳିକ କମ୍ପ୍ୟୁଟର ତାଲିମ୍ ଶିବିର ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ବ୍ଳକ ସେଛା ସେବକ ତ୍ରିପତି କିଲାକା ଏବଂ ପେସବନ୍ତ୍ ପଲକିଆଙ୍କ ମିଳିତ ନେତୃତ୍ୱରେ ଆୟୋଜିତ ଉଦଘାଟନ ଉତ୍ସବରେ ଅତିଥିଭାବେ ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ହୃଷୀକେଶ ଜାଲି, ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ ପ୍ରମୁଖ ଯୋଗଦେଇ ତାଲିମାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ l ବ୍ୟକ୍ତିତ୍ଵର ବିକାଶ, ସ୍ୱଚ୍ଛତା, ପରିବେଶ ସୁରକ୍ଷା ସହିତ ଯୁବଗୋଷ୍ଠୀ ଆତ୍ମନିର୍ଭରଶୀଳ ହେବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ l ସ୍ୱେଛା ସେବକ ଶ୍ରୀ କିଲାକା ଗ୍ରାମାଞ୍ଚଳରେ ୟୁଥ୍ କ୍ଳବ ଗଠନ,ପାରମ୍ପରିକ କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୁବଗୋଷ୍ଠୀ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ l ଶିବିରରେ ବିଭିନ୍ନ ଗ୍ରାମାଞ୍ଚଳରୁ ୩୦ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ l ମାଷ୍ଟର ଟ୍ରେନର ପ୍ରଶାନ୍ତ ଖୋରା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

related posts

Leave a Comment