Home Breaking News / ତାଜା ଖବର ଅନିର୍ଦ୍ଧିଷ୍ଟ କାଳ ଯାଏଁ ରାଜଧାନୀରେ ସମସ୍ତ ସ୍କୁଲ୍ ବନ୍ଦ

ଅନିର୍ଦ୍ଧିଷ୍ଟ କାଳ ଯାଏଁ ରାଜଧାନୀରେ ସମସ୍ତ ସ୍କୁଲ୍ ବନ୍ଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ, ୨୮/୧୨: ରାଜଧାନୀରେ ଏବେ କରୋନା ସ୍ଥିତି ଧିରେ ଧିରେ ଜଟିଳ ହେବାରେ ଲାଗିଛି । ଏପରି ସମୟରେ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛି । ଏହି ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଥାତ ଆଗାମୀ ସୂଚନା ନ ମିଳିବା ଯାଏଁ ସ୍କୁଲଗୁଡ଼ିକ ବନ୍ଦ ରହିବ । ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମଙ୍ଗଳବାର ଏପରି ନିଷ୍ପତ୍ତି ନେଇଛନ୍ତି ।

ଏହି ନିର୍ଦ୍ଦେଶନାମାରେ, “ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଆଦେଶକୁ ପାଳନ କରି  ସମସ୍ତ ସରକାରୀ, ସରକାରୀ ସହାୟତା ପ୍ରାପ୍ତ, ଏନ୍ ଡ଼ି ଏମ୍ ସି, ଏମ୍ ସି ଡ଼ି ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ଼ର ବିଦ୍ୟାଳୟଗୁଡ଼ିକ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଉଲ୍ଲେଖ ରହିଛି  ।

ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଜାରି କରାଯାଇଥିବା ନୂଆ ଘୋଷଣାନାମାରେ CBSE ପରୀକ୍ଷା ସମ୍ବନ୍ଧିତ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇ ନାହିଁ । ଏକାଦଶ ଏବଂ ଦ୍ଵାଦଶ ଶ୍ରେଣୀ ପାଇଁ ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ଆୟୋଜନ କରାଯିବାକୁ ଏଥିରେ ନିଷ୍ପତ୍ତି ହୋଇଛି । ଅନ୍ୟପଟେ CBSE ପରୀକ୍ଷା ସମ୍ବନ୍ଧିତ ତଥ୍ୟ, ଯଥା – ପ୍ରାକ୍ଟିକାଲ୍, ପ୍ରଜେକ୍ଟ କାମ ତଥା ଏସାଇନମେଣ୍ଟ ଆଦି ନିର୍ଦ୍ଧାରିତ ତାରିଖ ଅନୁସାରେ ଆୟୋଜିତ ହେବ ବୋଲି ଏଥିରେ କୁହାଯାଇଛି ।

related posts

Leave a Comment