Home Breaking News / ତାଜା ଖବର ଗରିବଙ୍କୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ, ଜାଣନ୍ତୁ କେଉଁଠି

ଗରିବଙ୍କୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ, ଜାଣନ୍ତୁ କେଉଁଠି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ ! ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ନୂଆ ବର୍ଷରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଆସନ୍ତା ନୂଆ ବର୍ଷରେ ରାଜ୍ୟବାସୀଙ୍କୁ ବଡ ଭେଟି ସ୍ବରୂପ ପେଟ୍ରୋଲ ଏବଂ ଡିଜେଲ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ଦେବେ ସୋରେନ୍‌ ସରକାର । ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । କିନ୍ତୁ  ଶସ୍ତା ପେଟ୍ରୋଲ ଏବଂ ଡିଜେଲର ଲାଭ କେବଳ ବିପିଏଲ୍‌ କାର୍ଡଧାରୀଙ୍କୁ ହିଁ ମିଳିବ ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କହିଛନ୍ତି, ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖରୁ ଝାଡଖଣ୍ଡରେ ବିପିଏଲ୍ କାର୍ଡ ଥିବା ବ୍ୟକ୍ତିମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ୨୫ ଟଙ୍କା ଶସ୍ତାରେ ମିଳିବ । ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଡିଲରମାନେ ମଧ୍ୟ ତୈଳ ଦର କମାଇବା ପାଇଁ ଲଗାତାର ଭାବେ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି । ପେଟ୍ରୋଲ ଉପରେ ୫ ପ୍ରତିଶତ ଭ୍ୟାଟ୍‌ କମାଇବା ପାଇଁ ଦାବିକରୁଛନ୍ତି ତେଲ ଡିଲର । ସେମାନଙ୍କ କହିବା କଥା ଯେ, ଯଦି ରାଜ୍ୟ ସରକାର ଭ୍ୟାଟ୍‌ ୨୨ ପ୍ରତିଶତରୁ କମାଇ ୧୭ ପ୍ରତିଶତ କରିବେ ତେବେ ଲୋକମାନଙ୍କୁ ଏହାର ଲାଭ ମିଳିବ ।

ଅନ୍ୟପଟେ ଝାଡଖଣ୍ଡର ଗାଡିଗୁଡିକ ପଡୋଶୀ ରାଜ୍ୟରେ ଯାଇ ଡିଜେଲ ଭରୁଛନ୍ତି । ଯାହାଫଳରେ ଝାଡଖଣ୍ଡର ଡିଲରମାନଙ୍‌କୁ କ୍ଷତି ହେଉଛି । ଆସୋସିଏସନ୍‌ ଅଧ୍ୟକ୍ଷ ଅଶୋକ ସିଂହ କହିଛନ୍ତି, ପେଟ୍ରୋଲ ଡିଲରମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଚିଠି ଲେଖିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ଝାଡଖଣ୍ଡରେ ମୋଟ ୧୩୫୦ଟି ପେଟ୍ରୋଲ ପମ୍ପ ଥିବାବେଳେ ପ୍ରାୟ ୨.୫୦ ଲକ୍ଷରୁ ଅଧିକ ପରିବାର ଜୀବିକା ନିର୍ବାହ ହେଉଛି । ଭ୍ୟାଟ୍‌ ଅଧିକ ହେବାକାରଣରୁ ବ୍ୟବସାୟ ଉପରେ ପ୍ରଭାବ ପଡୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥଇଲେ ତେଲ ଡିଲର । ଏବେ ମୁଖ୍ୟମନ୍ତ୍ରୀ ଭ୍ୟାଟ୍‌ ହ୍ରାସ କରିନାହାନ୍ତି ସତ କିନ୍ତୁ ବିପିଏଲ୍‌ କାର୍ଡଧାରୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଆସନ୍ତା ୨୦୨୨ ବର୍ଷ ଜାନୁଆରୀ ୨୬ ତାରିଖରୁ ବିପିଏଲ୍‌ କାର୍ଡଧାରୀମାନେ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ପେଟ୍ରୋଲ ଏବଂ ଡିଜେଲ ପାଇବେ । 

related posts

Leave a Comment