Home Breaking News / ତାଜା ଖବର ବ୍ୟାପିବାରେ ଲାଗିଛି ‘ଓମିକ୍ରନ୍’, ଦେଶରେ ୭ଶହ ପାର୍ ଆକ୍ରାନ୍ତଙ୍କ ସଂଖ୍ୟା

ବ୍ୟାପିବାରେ ଲାଗିଛି ‘ଓମିକ୍ରନ୍’, ଦେଶରେ ୭ଶହ ପାର୍ ଆକ୍ରାନ୍ତଙ୍କ ସଂଖ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୨୯/୧୨: ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ଫଳରେ ସରକାରଙ୍କ ଚିନ୍ତା ବଢିଯାଇଛି । ବିପଦକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ରାତିର କର୍ଫ୍ୟୁ ସହିତ ପ୍ରତିବନ୍ଧକ ଘୋଷଣା କରିଛନ୍ତି । ଏହାରି ଭିତରେ ଦେଶରେ ଓମିକ୍ଅରନ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ପାର୍ କରିଛି । ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଠାରେ ମାମଲା ୧୬୭ ଥିବାବେଳେ ପଛକୁ ରହିଛି ରାଜଧାନୀ ଦିଲ୍ଲୀ । ଏଠାରେ ୧୬୫ ସଂକ୍ରମଣ ମିଶାଇ ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ୭୮ ଟି ମାମଲା ସହ ଗୁଜରାଟ ତୃତୀୟ ସ୍ଥାନରେ ରହିଛି । ଏହା ବ୍ୟତୀତ, ଅନ୍ୟ ରାଜ୍ୟଗୁଡିକ ଯେମିତିକି ତେଲେଙ୍ଗାନାରେ ୬୨, ତାମିଲନାଡୁରେ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏସବୁକୁ ମିଶାଇ ବର୍ତ୍ତମାନ ଦେଶରେ ସଂକ୍ରମିତ ମୋଟ ଓମିକ୍ରନ୍ ସଂଖ୍ୟା ୭୧୭କୁ ବୃଦ୍ଧି ପାଇଛି।

related posts

Leave a Comment