Home Breaking News / ତାଜା ଖବର ଶିକ୍ଷକ ମୁକୁନ୍ଦ ପ୍ରସାଦ ନାଥ ଶର୍ମା ହତ୍ୟାର ଉଚ୍ଚ ସ୍ଥରିୟ ତଦନ୍ତ ଏବଂ ଶିକ୍ଷକ ମାନଙ୍କ ସୂରକ୍ଷା ସକାଶେ ବାଇକ ରାଲି ସହ ବିଭିନ୍ନ ଥାନାରେ ଦାବି ପତ୍ର ପ୍ରଦାନ

ଶିକ୍ଷକ ମୁକୁନ୍ଦ ପ୍ରସାଦ ନାଥ ଶର୍ମା ହତ୍ୟାର ଉଚ୍ଚ ସ୍ଥରିୟ ତଦନ୍ତ ଏବଂ ଶିକ୍ଷକ ମାନଙ୍କ ସୂରକ୍ଷା ସକାଶେ ବାଇକ ରାଲି ସହ ବିଭିନ୍ନ ଥାନାରେ ଦାବି ପତ୍ର ପ୍ରଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ – ୨୯/୧୨-(ଧନେଶ୍ବର ରାଉତ)

ଗତ ୨୪ ତାରିଖ ଦିନ ତୁରେଇ ଘାଟି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ମୁକୁଦ ପ୍ରସାଦ ନାଥ ଶର୍ମାଙ୍କୁ ଗୋଟିଏ ପାଗଳ ହତ୍ୟା କରିଥିବା କଥା ପ୍ରଘଟ ହୋଇଥିବା ଘଟଣା ନେଇ ମାମଲାର ନୂଆ ମୋଡ। ହତ୍ୟା କାରୀ ଏକ ପାଗଳ ବୋଲି ଚିତ୍ରଣ କରିବା ଭୁଲ ବୋଲି ପରିବାର ଅଭିଯୋଗ ଆଣିଛନ୍ତି। ସେ ହତ୍ୟାକାରି ପାଗଳ ନୁହେଁ ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିବା ପରେ କାଶିପୁର ପ୍ରାଥମିକ ଶିକ୍ଷକ ସମାଜ ଅଣ୍ଟା ଭିଡିଛନ୍ତି।ଆଜି ସକାଳ ୧୦ଘଣ୍ଟା ସମୟରେ ଟିକିରି ଆଜାଦ କ୍ଲବ ଠାରୁ ପ୍ରାୟ ୨୦୦ ଶିକ୍ଷକ ଏକ ବାଇକ ଶୋଭାଯାତ୍ରା ରେ ବାହାରି ପ୍ରଥମେ ଟିକିରି ଥାନ ତାପରେ , ଦୋରାଗୁଡା ଥାନା,ଅଣ୍ଡରାକଞ୍ଚ ଥାନା ଓ ଶେଷରେ କାଶିପୁର ଥାନାରେ ଜରିଆରେ ଜିଲା ଆରକ୍ଷୀ ଅଧିକ୍ଷକ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଶିକ୍ଷକ ସଂଙ୍ଘର ଦାବି ଗୁଡିକ ହେଲା ଦୋଷୀ କୁ କଠୋର ଦଣ୍ଡ ବିଧାନ ଓ ହତ୍ୟର ପ୍ରକୃତ ରହସ୍ୟ ଜନ୍ମୋଚନ କଭଯାଉ। । ହତ୍ୟାର ଶିକାର ହୋଇବା ଶିକ୍ଷକଙ୍କ ପରିବାର କୁ ସୁରକ୍ଷା ପ୍ରଦାନ କରାଯାଉ ଓ ଶିକ୍ଷକ ସମାଜକୁ ସୁରକ୍ଷା ଦିଆଯାଇ । ଏହି ଷଡ଼ଯନ୍ତ୍ର ରେ ଅନ୍ୟ ଉଦ୍ୟେସ ରହିଛି ଏଥିରେ ଅନେକ ସମ୍ପୃକ୍ତ ରହିଥିବା ଅନୁମାନ କରାଯାଉଛି ତାହା ନିରପେକ୍ଷ ତଦନ୍ତ କଲେ ଜଣା ପଡିବ କଣ ହେଇଛି।

related posts

Leave a Comment