Home Breaking News / ତାଜା ଖବର ଚାଷୀଙ୍କୁ ମୋଦି ସରକାରଙ୍କ ଭେଟି, ୧୦ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୨୦ହଜାର କୋଟି ଟଙ୍କା

ଚାଷୀଙ୍କୁ ମୋଦି ସରକାରଙ୍କ ଭେଟି, ୧୦ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୨୦ହଜାର କୋଟି ଟଙ୍କା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆ ବର୍ଷରେ ଚାଷୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ଚାଷୀଙ୍କୁ ୧୦ମ କିସ୍ତି ଦିଆଯିବ । ଏହି ଅର୍ଥ ରାଶି ଜାନୁୟାର ୧ ତାରିଖ ଅର୍ଥାତ ନୂଆ ବର୍ଷରେ ଚାଷୀଙ୍କୁ ଆକାଉଣ୍ଟକୁ ଯିବ । ଦେଶର ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ପଠାଇବେ କେନ୍ଦ୍ର ସରକାର ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ମୋଟ ୧.୬ ଲକ୍ଷ କୋଟି ଟଙ୍କାର ପଠାଇ ସାରିଲେଣି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି ଯେ, ୨୦୨୨ ଜାନୁଆରୀ ୧ ତାରିଖ ଦିନ ୧୨.୩୦ରେ ଭିଡିଓ କନଫରେନ୍ସ ମାଧ୍ୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଏହି ଯୋଜନା ମାଧ୍ୟମରେ ଦେଶର ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଇବେ ମୋଦି ସରକାର ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି, ୩୫୧ ଏଫ୍‌ପିଓକୁ ୧୪ କୋଟି ଟଙ୍କାର ଇକ୍ବିଟି ଅନୁଦାନ ମଧ୍ୟ ପ୍ରଦାନ କରାଯିବ । ଏହା ଦ୍ବାରା ଦେଶର ପ୍ରାୟ ୧.୨୪ ଲକ୍ଷ ଚାଷୀ ଉପକୃତ ହେବେ​‌ । ଏହା ସହିତ ନୂଆ ବର୍ଷରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ସାମିଲ ହେବେ ।

related posts

Leave a Comment