Home Breaking News / ତାଜା ଖବର ରାଜ୍ୟରେ ଉଦ୍‌ଘାଟନ ହେଲା ୧୪ ସାଇବର ଥାନା

ରାଜ୍ୟରେ ଉଦ୍‌ଘାଟନ ହେଲା ୧୪ ସାଇବର ଥାନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆ ବର୍ଷ ପୂର୍ବରୁ ରାଜ୍ୟ ସରକାଙ୍କର ପୋଲିସ ବିଭାଗକୁ ନୂଆ ଭେଟି । କମିଶନରେଟ ପୋଲିସ ଅଧୀନରେ ଆଜି ତିନୋଟି ନୂଆ ଥାନାର ଉଦ୍‌ଘାଟନ ହୋଇଛି । ଭୁବନେଶ୍ୱର ଇମ୍ଫୋଭ୍ୟାଲି  ଓ ପାହାଳରେ ନୂଆ ଥାନା ଖୋଲିଥିବା ବେଳେ କଟକ ଇଉପିଡ଼ିରେ ସଦର ଥାନା ଅଧୀନରେ ଏକ ନୂଆ ଥାନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ରାଜ୍ୟରେ ୧୪ ଟି ସାଇବର ଥାନା ମଧ୍ୟ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଛନ୍ତି ଯେ, ଟେକ୍ନୋଲୋଜି ଆଧାରିତ ଅପରାଧର ମୁକାବିଲା ପାଇଁ ଓଡ଼ିଶାର ଲୋକଙ୍କୁ ଆଧୁନିକ ପୋଲିସିଂ ସିଷ୍ଟମ ସହିତ ତାଲିମପ୍ରାପ୍ତ ପୋଲିସ୍ ଫୋର୍ସ ଯୋଗାଇଦେବାକୁ ତାଙ୍କ ସରକାର ପ୍ରତିବଦ୍ଧ। ସାଇବର ଅପରାଧ ସମାଜରେ ଏକ ବଡ ଅପରାଧ ଭାବରେ ଦ୍ରୁତ ଗତିରେ ଉଭା ହେଉଛି ।

related posts

Leave a Comment