Home ଜୀବନଚର୍ଯ୍ୟା ଘରୁ ବାହାରିବା ପୂର୍ବରୁ ଦହି- ଚିନି କାହିଁକି ଖାଇବା ?

ଘରୁ ବାହାରିବା ପୂର୍ବରୁ ଦହି- ଚିନି କାହିଁକି ଖାଇବା ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୌଣସି ଶୁଭ କାମରେ ଯିବା ପୂର୍ବରୁ ଆମେ ମିଠା ଦହି ଖାଇଥାଉ | ବହୁ ପୁରାତନ କାଳରରୁ ଏହି ପରମ୍ପରା ଚାଲି ଆସୁଛି | ମିଠା ଦହି ଖାଇ ଘରୁ ବାହାରିଲେ ସବୁ କାମ ସଫଳ ହୁଏ ବୋଲି ବିଶ୍ୱାସ ରହିଛି | ତେବେ ଏହି ପରମ୍ପରା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି |  ଦହି ସ୍ୱାସ୍ଥ୍ୟ ପାଖେ ମଧ୍ୟ ହିତକାରକ |ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି ଯେ, ତକ୍ର: ସର୍ବ ବ୍ୟାଧି ନିବାରକ, କେବଳ କଫ ବର୍ଦ୍ଧକମ

– ଆମେ ବାହାରକୁ ଯିବାବେଳେ ଏନର୍ଜି ବା ଶକ୍ତିର ଆବଶ୍ୟକତା ହୋଇଥାଏ । ଦହି ଖାଇବା ଦ୍ୱାରା ଆମ ଶରୀରକୁ ତ୍ବରିତ ଶକ୍ତି ବା ଷ୍ଟାମିନା ମିଳିଥାଏ |

– ଦହିରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ | ଏହା ଛଡା ଦହିରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ ବି-୬ ଏବଂ ବି-୧୨ ଭଳି ପୋଷଣ ତତ୍ୱ ରହିଛି |

– ଚିନିରେ ସର୍କରା ରହିଛି ଯାହାକି ଶରୀରକୁ ଶକ୍ତି ଯୋଗାଇଥାଏ | ଖରାରେ ଘରୁ ବାହାରିବା ପୂର୍ବରୁ କିଛି ମାତ୍ରାରେ ଚିନି ଖାଇ ବାହାରିଲେ ଡିହାଇଡ୍ରେସନ ସମସ୍ୟା ଦେଖାଦେଇନଥାଏ |

– ଦହି ଖାଇବା ଦ୍ୱାରା ଆମର ହାଡ ମଜବୁତ ହୋଇଥାଏ | ଦହିରେ ପାଚନ ଶକ୍ତି ରହିଥିବାରୁ ଦହି ଖାଇବା ଦ୍ୱାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ |

– ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଦିନକୁ ୨୦୦ ଗ୍ରାମ ଦହି ଖାଇଲେ ଶରୀରରେ ରୋଗ ପ୍ରତିଶୋଧକ କ୍ଷମତା ମଧ୍ୟ ବଢିଥାଏ |

related posts

Leave a Comment