Home Breaking News / ତାଜା ଖବର ପେଟା ଇଣ୍ଡିଆ ୨୦୨୧ର ପର୍ସନ ଅଫ୍‌ ଦି ଇୟର ପାଇଁ ମନୋନୀତ ହେଲେ ଆଲିଆ ଭଟ୍ଟ

ପେଟା ଇଣ୍ଡିଆ ୨୦୨୧ର ପର୍ସନ ଅଫ୍‌ ଦି ଇୟର ପାଇଁ ମନୋନୀତ ହେଲେ ଆଲିଆ ଭଟ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ପଶୁମାନଙ୍କ ଫ୍ୟାଶନ ଇଣ୍ଡଷ୍ଟ୍ରିର ସମର୍ଥନରେ କାର୍ଯ୍ୟ କରିଥିବାରୁ ପେଟା ୨୦୨୧ ପାଇଁ ପର୍ସନ ଅଫ୍‌ ଦି ଇୟର ଭାବେ ମନୋନୀତ କରାଯାଇଛି ।  ବଲିଉଡ୍‌ ଇଣ୍ଡଷ୍ଟ୍ରୀର ଆଲିଆ ଭଟ୍ଟ ଜଣେ ଆଗଧାଡିର ଅଭିନେତ୍ରୀ ସହ ଜଣେ ପଶୁ ପକ୍ଷୀପ୍ରେମୀ ବୋଲି ସମସ୍ତେ ଜାଣିଥିବେ। ସେ ପଶୁପକ୍ଷୀଙ୍କ କଥା ଅଧିକାଂଶ ସମୟରେ ଆଲୋଚନା କରୁଥିବା ବେଳେ ଆନିମଲ୍‌ ଫ୍ରେଣ୍ଡଲି ଫ୍ୟାଶନ ବାଛିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରି ଥାଆନ୍ତି। ନିକଟରେ ଆଲିଆ କୁକୁର ଓ ବିଲେଇଙ୍କ ପାଇଁ ତାଙ୍କର ଓକିଲାତି ଓ ଆନିମଲ ଫ୍ରେଣ୍ଡଲି ଫ୍ୟାଶନ ଇଣ୍ଡଷ୍ଟ୍ରିର ସପୋର୍ଟରେ କାମ କରିଥିବା ବେଳେ ତାଙ୍କୁ ସମ୍ମାନିତ କରାଯାଇଥିଲା। ଏବେ ପିପୁଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ୍‌ ଆନିମଲ୍ସ(ପେଟା) ଇଣ୍ଡିଆ ୨୦୨୧ ବର୍ଷ ପାଇଁ ଆଲିଆଙ୍କୁ ‘ପର୍ସନ ଅଫ୍‌ ଦି ଇୟର’ ଭାବେ ବଛା ଯାଇଛି।

ସୂଚନାଯୋଗ୍ୟ, ଆଲିଆ ଭଟ୍ଟ ଶାକାହାରି ଫ୍ୟାଶନକୁ ଆଗକୁ ବଢାଇବା ଦିଗରେ ସାହାଯ୍ୟ କରିବା ସହ ଅଗାମୀ ପିଢିକୁ ପ୍ରାଣୀଙ୍କ ପ୍ରତି ଦୟାଳୁ ହେବାଲାଗି ପ୍ରୋତ୍ସାହିତ କରୁଛନ୍ତି। ଆଲିଆ ସବୁବେଳେ କୁକୁର ବା ବିଲେଇଙ୍କୁ ପୋଷ୍ୟଭାବେ ଗ୍ରହଣ କରିବା ହେଉ କି ଏମାନଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ସନ ନେବାକୁ ପସନ୍ଦ କରି ଥାଆନ୍ତି। ପ୍ରାଣୀଙ୍କ ପ୍ରତି ଥିବା ତାଙ୍କର ଉଦାରକୁ ନେଇ ସେ ‘କୋଏକଜିଷ୍ଟ’ ନାମକ ଏକ ପ୍ରୋଗ୍ରାମ ଆରମ୍ଭ କରିଥଲେ। ଏହା ଏମିତି ଏକ ମଞ୍ଚ ଯେଉଁଠି ଜୀବ ଓ ଇକୋଲୋଜି ୱେଲଫେୟାର ପାଇଁ କାମ କରାଯାଏ ଓ ସେମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଏ।

related posts

Leave a Comment