Home Breaking News / ତାଜା ଖବର ୧୫-୧୮ ବୟସ୍କଙ୍କ ଟିକାକରଣ ପ୍ରସ୍ତୁତି, ପିଲାଙ୍କ ନିମନ୍ତେ ସମର୍ପିତ ଟିକାକରଣ କେନ୍ଦ୍ର ଲାଗି ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦେଶ

୧୫-୧୮ ବୟସ୍କଙ୍କ ଟିକାକରଣ ପ୍ରସ୍ତୁତି, ପିଲାଙ୍କ ନିମନ୍ତେ ସମର୍ପିତ ଟିକାକରଣ କେନ୍ଦ୍ର ଲାଗି ରାଜ୍ୟଙ୍କୁ କେନ୍ଦ୍ରର ନିର୍ଦେଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୨୮।୧୨: ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ୧୫ରୁ ୧୮ ବର୍ଷ ବୟସ୍କଙ୍କ ନିମନ୍ତେ ଦେଶରେ ଟିକାକରଣ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହିକ୍ରମରେ କେନ୍ଦ୍ର ସରକାର ମଙ୍ଗଳବାର ଟିକାକରଣର ଆଗାମୀ ପର୍ଯ୍ୟାୟ ରୋଲ ଆଉଟ୍ ସମୀକ୍ଷା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ସହ ଭର୍ଚୁଆଲ ୱାର୍କସପ୍ ଆୟୋଜନ କରିଥିଲେ। ଏଥିରେ ଟିକାକରଣ କାଳରେ କୌଣସି ପ୍ରକାର ଭ୍ରମରୁ ବର୍ତ୍ତିବା ଲାଗି ବିଶେଷ କରି ୧୫-୧୮ ଆୟୁବର୍ଗଙ୍କ ଟିକାକରଣ ନିମନ୍ତେ ସମର୍ପିତ କୋଭିଡ ଟିକାକରଣ କେନ୍ଦ୍ର (ସିଭିସି) ସ୍ଥାପନା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଯେଉଁଠାରେ କୋଭିଡ ଟିକାକରଣ ଲାଗି କେନ୍ଦ୍ର ସବୁ ରହିଛି ସେଠାରେ ୧୫-୧୮ ଆୟୁବର୍ଗଙ୍କର ଟିକାକରଣ ହୋଇପାରୁଥିଲେ ପୃଥକ ସମର୍ପିତ ଭାକ୍ସିନ ସାଇଟ୍‌ ସ୍ଥାପନା କରାଯାଇପାରିବ ବୋଲି କହିଛନ୍ତି। ତେବେ ଏଥିରେ ରାଜ୍ୟ ସରକାରମାନଙ୍କୁ ଏତିକି ଧ୍ୟାନ ଦେବାକୁ ହେବ ୧୫ରୁ ୧୮ ବୟସ୍କଙ୍କ ଲାଗି ଟିକାରଣ ନିମନ୍ତେ ପୃଥକ ଧାଡି ହେବ ଓ ସେଠାରେ ପୃଥକ ଲୋକେ ଏହି ଆୟୁବର୍ଗଙ୍କ ଟିକାକରଣ କରିବେ।

related posts

Leave a Comment