Home Breaking News / ତାଜା ଖବର ନରସିଂହପୁରରେ ନୂଆପାଟଣା ଓ ବାସେଳିହତାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଡକ୍ଟର ପ୍ରସନ୍ନ ପାଟଶାଣୀଙ୍କ ଯୋଗଦାନ ଓ ଅଭିଭାଷଣ

ନରସିଂହପୁରରେ ନୂଆପାଟଣା ଓ ବାସେଳିହତାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଡକ୍ଟର ପ୍ରସନ୍ନ ପାଟଶାଣୀଙ୍କ ଯୋଗଦାନ ଓ ଅଭିଭାଷଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନରସିଂହପୁରର ନୂଆପାଟଣା ଓ ବାସେଳିହତା ଗ୍ରାମପଞ୍ଚାୟତରେ ପ୍ରାୟ ୩କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଡକ୍ଟର ପ୍ରସନ୍ନ ପାଟଶାଣୀଙ୍କ ଦ୍ଵାରା ଉଦଘାଟନୀ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ସମାହିତ ହୋଇଛି। ନୂଆପାଟଣା, ଡିମିରିଆ, ବାସେଳିହତାରେ ୧୭ରୁ ଉର୍ଦ୍ଧ୍ବ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନୀ ସହିତ ସାତ କୋଟି ଟଙ୍କାରୁ ଉର୍ଦ୍ଧ୍ବ ୨ଟି ପ୍ରକଳ୍ପର ଉଡ଼ଘୋଷଣ ସାଧାରଣ ସଭାରେ କରାଯାଇଥିଲା।

ନୂଆପାଟଣାରେ ବିଶାଳ ଶୋଭାଯାତ୍ରାରେ ଲୋଉଡ଼ିଖେଳ, ସଂକୀର୍ତ୍ତନ ଦଳ, ପାଇକ ଖେଳ ମଧ୍ୟରେ ଡ଼କ୍ଟର ପ୍ରସନ୍ନ ପାଟ୍ଟଶାଣୀ, ଶ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କୁ ପାଛୋଟି ନେଇଥିଲେ । ଗଣ୍ଡପଲ୍ଲୀ ରେ କୋଠଘରୁ, ନୂଆପଟଣା ପ୍ରୋଜେକ୍ଟ ହାଇସ୍କୁଲର ନୂତନ ଶ୍ରେଣୀ ଗୃହ , କାଳିକା ମନ୍ଦିରର ହାଇମାଷ୍ଟ ଅଲୋକୀକରଣ ପରେ ଡିମିରିଆରେ ଖେଳ ପଡିଆ ଉନ୍ନତିକରଣ, ବିଶାଳ ହନୁମାନ ମୂର୍ତ୍ତି ଓ ଗ୍ରାମ୍ୟ ତୋରଣର ଲୋକାର୍ପଣ, ପ୍ରମାଦ ଉଦ୍ୟାନର ଲୋକାର୍ପଣ ସହ , ନଦୀକୂଳ ପର୍ଯ୍ୟଟକ ଅପେକ୍ଷା ଗୃହ ଓ ମଣ୍ଡପ ଉଦଘାଟନୀ କଲ୍ୟାଣ ମଣ୍ଡପର ଉଦଘୋଷଣ ହୋଇଥିଲା ।ଏହାପରେ ଏକ ସହସ୍ରାଧିକ ପଞ୍ଚାୟତ ଅଧିବାସୀଙ୍କ ସଭାରେ ବିଧାୟକ ଶ୍ରୀ ଦେବୀ ମିଶ୍ର, ଡ଼କ୍ଟର ପ୍ରସନ୍ନ ପଟ୍ଟଶାଣୀ, ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନିର୍ମଳ ଜେନା, ସରପଞ୍ଚ ସୁସ୍ମିତା ଜେନା, ସମିତି ସଭ୍ୟ ନବୀନ ବାବୁ, ସରକାରରେ ଗ୍ରାମାଞ୍ଚଳ ବିକାଶ ଉପରେ ଉଦାହରଣ ଦେଇଥିଲେ ।

ଏହାପରେ ବସେଳିହୋତା ଗ୍ରାମ ପଞ୍ଚାୟତ ରେ ବିପୁଳ ଉଦ୍ଦୀପନା ରେ ସଂକୀର୍ତ୍ତନ ମଣ୍ଡଳୀ ଓ ମାତୃ ମଣ୍ଡଳୀ ସହିତ ଗ୍ରାମ୍ୟ ତୋରଣର ଉଦ୍ୟାନର ଲୋକାର୍ପଣ, ମହିଳା ଗୋଷ୍ଠୀ କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନୀ, ବସେଳିଙ୍କ ମନ୍ଦିର ସଂଲଗ୍ନ କଲ୍ୟାଣ ମଣ୍ଡପର ଉଦଘାଟନୀ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଡ଼କ୍ଟର ପ୍ରସନ୍ନ ପଟ୍ଟଶାଣୀ ଙ୍କ ଦ୍ଵାରା ସମାହିତ ହୋଇଥିଲା । ଏହାପରେ ଏକ ସାଧାରଣ ସଭା ହଣାଢ଼ିପ ପଡ଼ିଆ ରେ ଅନୁଷ୍ଠିତ ହୋଇ ବସେଳୀହୋତାର ବିକାଶ ପାଇଁ ଗ୍ରାମ୍ୟ ସଭାପତି ଶ୍ରୀ ଅରୁଣ ରାଉତ ଓ ସଂପାଦକ ଶ୍ରୀ ରବୀନ୍ଦ୍ର ସାହୁ, ଶିକ୍ଷା ବିତ ରାଜୀବ ଲୋଚନ ସାହୁ, ଶ୍ରୀମତୀ ସୂର୍ଯ୍ୟସ୍ନାତି ମହାଳିକ, ପ୍ରମୁଖ ବିଧାୟକ ଙ୍କୁ ଓ ନବୀନ ସରକାରଙ୍କୁ ଗ୍ରାମବାସୀ ପକ୍ଷରୁ ଧନ୍ୟବାଦ ଦେଇଥିଲେ । ଶ୍ରୀ କଳିଙ୍ଗ କେଶରୀ ମହାଳିକ ସ୍ୱାଗତ ଅଭିଭାଷଣ ରଖିଥିଲେ । ସଭାରେ ବହୁ ସଂଖ୍ୟାରେ ମହିଳା ଉପସ୍ଥିତ ଥିଲେ ।

related posts

Leave a Comment