Home Breaking News / ତାଜା ଖବର ବଚପନ କା ପ୍ୟାର ମେରା ଭୁଲ ନେହି ଜାନାରେ ଧୁମ ମୋଚେଇଥିବା ବାଳକଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି

ବଚପନ କା ପ୍ୟାର ମେରା ଭୁଲ ନେହି ଜାନାରେ ଧୁମ ମୋଚେଇଥିବା ବାଳକଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲା ଛିଣ୍ଡିଗଡ଼ ଗ୍ରାମରେ ରହୁଥିବା ସହଦେଵ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ।ଆପଣମାନେ ଜାଣିବାକୁ ଚାହୁଁଥିବେ ଏ ସହଦେଵ କିଏ??
ଏ ହେଉଛି ସେହି ବାଳକ ଯିଏ ବଚପନ କା ପ୍ୟାର ମେରା ଭୁଲ ନେହି ଜାନାରେ ଧୁମ ମୋଚେଇ ଥିଲେ। ସହଦେଵ ର ମୁଣ୍ଡରେ ଗଭୀର ଆଘାତ ଲାଗିଛି | ପ୍ରଥମେ ସୁକମା ଜିଲ୍ଲା ମୁଖ୍ୟା ଚିକିତ୍ସାଲୟରେ ଭର୍ତି କରାଯାଇଥିଲା।କିନ୍ତୁ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଥିଲା ତା ପରେ ସହଦେଵ କୁ ଜିଲାପାଳ ଙ୍କ ନିର୍ଦ୍ଦେଶ ରେ ଜଗଦଲପୁର ମେଡିକାଲ କଲେଜରେ ଚିକିତ୍ସା କରାଯାଉଅଛି।ଶାବରୀ ନଗରରେ ଏହି ସଡ଼କ ଦୁର୍ଘଟଣା ଘଟିଛି; । କଲେକ୍ଟର ଭିନେଟ ନନ୍ଦନୱର ଏବଂ ଏସପି ସୁନୀଲ ଶର୍ମା ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ସତର୍କତା ଅବଲମ୍ବନ କରି ଭଲ ଚିକିତ୍ସା ପାଇଁ କଲେକ୍ଟର ଭିନେଟ ନନ୍ଦନୱାର ଡାକ୍ତର ଙ୍କୁ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି। ସହଦେବ ଅତିଶୀଘ୍ର ଆରାଗ୍ୟ ହୋଇ ଘରକୁ ଫେରିଆସୁ ବୋଲି ସମସ୍ତ ଅଞ୍ଚଳବାସୀ ପ୍ରାର୍ଥନା କରୁଛନ୍ତି।।

related posts

Leave a Comment