Home Breaking News / ତାଜା ଖବର ବଢାଇଲାଣି ସଂକ୍ରମଣ, ଫେବୃଆରୀରେ ପିକ୍‌ ନେବ ତୃତୀୟ ଲହର !

ବଢାଇଲାଣି ସଂକ୍ରମଣ, ଫେବୃଆରୀରେ ପିକ୍‌ ନେବ ତୃତୀୟ ଲହର !

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର ୨୮।୧୨: ଚିନ୍ତା ବଢାଇଲାଣି ଓମିକ୍ରନ୍‌ । ଖୁବଶୀଘ୍ର ଆସିପାରେ ତୃତୀୟ ଲହର । ଆକଳନ ଅନୁଯାୟୀ ଆସନ୍ତା ବର୍ଷ ଫେବୃଆରୀ ମାସରେ ଆସିପାରେ ତୃତୀୟ ଲହର । ଏଥିପାଇଁ ଆମେ ଜୋରଦାର ପ୍ରସ୍ତୁତି କରିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଖବର ଅନୁଯାୟୀ, ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ୨ ମାସ ବିଳମ୍ବରେ ଆସିଥିଲା ।  ଏବେ ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ । ତେବେ  ଖୁବଶୀଘ୍ର ଓଡିଶା ଆସିବ । ଫେବୃଆରୀ ମାସ ଶେଷ ବେଳକୁ ଏହା ପିକ୍ ନେଇପାରେ । ସର୍ଭିଲାନ୍ସ,ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟୀକା କରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି ।

ଦୈନିକ ସଂକ୍ରମଣ ଉପରେ କଡ଼ା ନଜର ରଖାଯାଇଛି । ସରକାରଙ୍କ ନିର୍ଦେଶ ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ପେଡ଼ିୟାଟ୍ରିକ ବିଭାଗ, ଅକ୍ସିଜେନ ଓ ମେଡ଼ିସିନ ସମ୍ପୂର୍ଣ୍ଣ ଭାବେ ମହଜୁଦ ରହିଛି । ଭିତ୍ତିଭୂମି ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହି ଆନୁଯାୟୀ ଆମେ ପ୍ରସ୍ତୁତ ରହିଥିବା ସେ କହିଛନ୍ତି ।

related posts

Leave a Comment