Home Breaking News / ତାଜା ଖବର ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷାରେ ଅପାରଗତାକୁ ଚିଠି ଦ୍ଵାରା ନ୍ୟାୟ ମାଗିଲେ ଭାଜପା କର୍ମୀ

ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷାରେ ଅପାରଗତାକୁ ଚିଠି ଦ୍ଵାରା ନ୍ୟାୟ ମାଗିଲେ ଭାଜପା କର୍ମୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୭/୧୨-(ଧନେଶ୍ବର ରାଉତ)-ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବରେ ଓଡିଶା ସରକାର ବିଫଳ ହୋଇଛନ୍ତି ଏହି ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି। କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାମଲାକୁ ଆଜକୁ ୨ ମାସରୁ ଅଧିକ ବିତିଲାଣି କିନ୍ତୁ ଏଥିରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ଧରିବାରେ ପୋନଗରଲିସ ବିଫଳ ରହିଛି ତା ସାଙ୍ଗକୁ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ସମ୍ପୃକ୍ତି ନେଇ ରାଜ୍ୟ ସାରା ବିକ୍ଷୋଭ ପ୍ରଦର୍ଶନ କରାଯାଉଛି କିନ୍ତୁ ମୁଖ୍ୟମନ୍ତ୍ରୀ ଏ ବିଷୟରେ ମୁହଁ ନ ଖୋଲି ତାଙ୍କୁ ଘଣ୍ଟ ଘୋଡା ଯାଉଛି ବୋଲି ଅଭିଯୋଗ କରି ନାରୀ ମାନଙ୍କୁ ନ୍ୟାୟ ଦେବାରେ ଟାଳ ଟୁଳ ନୀତି କରୁଥିବାରୁ, ରାୟଗଡ ଜିଲ୍ଲା ଉପଖଣ୍ଡ ଗୁଣୁପୁର ଭାଜପା ଜିଲ୍ଲା ଉପସଭାପତି ୱାଇ ଗଣାପତିଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ପ୍ରେରଣ କରାଯାଇଛି । ଯିଏ କି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ସମୟରେ ଅଞ୍ଜନା ଗଣ ବଳାତ୍କାର ବେଳେ ତାଙ୍କ ସାପେକ୍ଷ ରେ ନ୍ୟାୟ ପାଇଁ ନାରବାଜି କରି ଇନ୍ଦ୍ରଜିତଙ୍କୁ ଦାଇ କରି ଆନ୍ଦୋଳନ କରିବାକୁ ପଛାଇନଥିବା ନବୀନ ବାବୁ ଚୁପ କାହିଁକି କଣ ତାଙ୍କ ଦଳର ଲୋକ ଭୁଲ କଲେ ଦଣ୍ଡ ନାହିଁକି ବୋଲି ପ୍ରଶ୍ନ କରିଛନ୍ତି। ୨୦୦୦ ମସିହାରେ ଅଞ୍ଜନା ଙ୍କୁ ନେଇ ଆପଣଙ୍କ ଦଳର ସ୍ଲୋଗାନ ଥିଲା ଅଞ୍ଜନା ଗଣ ବଳାତ୍କାର କାରୀ କିଏ ଆଉ କିଏ ଜାନକୀ ବାବୁ ଆଉ କିଏ ବୋଲି ନାରା ବାଜି କରିବା ମନ୍ତ୍ରୀ ଆଜି ଚୁପ କାହିଁକି ବୋଲି ପ୍ରଶ୍ନ କରିବା ସହ ଓଡିଶା ର ସାଢେ ଚାରି କୋଟି ଲୋକଙ୍କୁ ଜବାବ ଦିଅ ବୋଲି ମାଗିଛନ୍ତି। ଆପଣଙ୍କ ରାଜ୍ୟରେ ପ୍ରତିଦିନ 4 ଗୋଟି ନାରୀ ଧର୍ଷଣ ଓ 6 ଟି ଅପହରଣ ହେଉଛି |
ଆପଣ 2000 ମସିହାରେ ଅଞ୍ଜନା ମିଶ୍ର ଗଣଧର୍ଷଣ ପାଇଁ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲବ ପଟନାୟକ ଙ୍କ ଇସ୍ତପା ଦାବି କରିଥିଲେ | ଏବେ କଣ ସେସବୁ ଭୁଲି ଗଲେଣିକି ? ଏହାର ଜବାବ ଦିଅନ୍ତୁ ବୋଲି ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ୱାଇ. ଗଣପତି ଗଣମାଧ୍ୟମକୁ ଜଣାଇଥିଲେ | ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଅମର କୁମାର ସାହୁ, ନଗର ସମ୍ପାଦକ ଟିଂକୁ ପଣ୍ଡା , ଜିଲ୍ଲା ଉପସଭାପତି ଉଦୟ ନାଥ ପାଢୀ , ନଗର ଯୁବମୋର୍ଚ୍ଚା ସଭାପତି ମୁଖି ଦିବାକର, ରାଜ୍ୟ ଯୁବମୋର୍ଚ୍ଚା ନିମନ୍ତ୍ରିତ ସଭ୍ୟ ଫାଲ୍ଗୁନୀ ଶବର , ଜିଲ୍ଲ କୋଷାଧକ୍ଷ ପି. ନାଗରାଜୂ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସୁମନ ସାହୁକାର ,ପ୍ରଶାନ୍ତ ସାହୁକାର , କେ. ରବି କୁମାର, ଅସିତ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତା |ଏହି ଚିଠି ଲିଖନ ଅଭିଯାନରେ ବ୍ଲକ ଓ ନଗର ସଭାପତି ଗୃଥ୍ଵୀବିରାଜ ପାଢ଼ୀ, ଶ୍ରୀନିବାସ ସ୍ୱାଇଁ, ଫାଲ୍ଗୁନି ଶବର, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ବିଦ୍ୟାଧର ଶବର,ଟିଙ୍କୁ ପଣ୍ଡା, ଉଦୟ ନାଥ ପାଢ଼ୀ ଓ ଅନ୍ୟ କର୍ମୀମାନେ ଯୋଗଦେଇଥିଲେ।

related posts

Leave a Comment