Home Breaking News / ତାଜା ଖବର ରାୟଗଡ଼ାରେ ୨୫ତମ ପ୍ରତିଷ୍ଠା ଦିବସ: ନବୀନଙ୍କ ନେତୃତ୍ବରେ ଗରିବୀ କମିଛି

ରାୟଗଡ଼ାରେ ୨୫ତମ ପ୍ରତିଷ୍ଠା ଦିବସ: ନବୀନଙ୍କ ନେତୃତ୍ବରେ ଗରିବୀ କମିଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା,୨୭/୧୨(ସୁରେଶ କୁମାର ସୁବୁଦ୍ଧି): ୨୦ ବର୍ଷ ପୂର୍ବେ ଭୋକର ଭୂଗୋଳ ଭାବେ ଓଡ଼ିଶା ପରିଚିତ ଥିଲା। ଖାଦ୍ୟ ପାଇଁ ଓଡ଼ିଶା ଅଲଗା ରାଜ୍ୟ ଉପରେ ନିର୍ଭର କରୁଥିଲା। ଏବେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଛି। ଚା‌ଷୀ ଭାଇଙ୍କ ଅକ୍ଲାନ୍ତ ପରିଶ୍ରମ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନେତୃତ୍ବ ଯୋଗୁ ଏହା ସମ୍ଭବ ହୋଇପାରିଛି। ଯାହା ଓଡ଼ିଶାରେ ଗରିବୀ କମାଇବାରେ ପ୍ରମୁଖ ଭୂମିକା ନେଇଛି।
ରାୟଗଡ଼ାରେ ବିଜେଡ଼ିରେ ୨୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଯୋଗଦେଇ ଏହି ମତ ପ୍ରକାଶ କରିଛନ୍ତି। ଶ୍ରୀ ରାଓ କହିଛନ୍ତି, ୧୯୯୯ ମହାବାତ୍ୟାରେ ଓଡ଼ିଶାର ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଶାସନର ଭାର ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରଠୁ ଯେତେ ବାତ୍ୟା, ବନ୍ୟା ଆସିଛି ତାର ଦୃଢ଼ ମୁକାବିଲା କରି ଜିରୋ କାଜୁଆଲଟିକୁ ଗୁରୁତ୍ବ ଦେଇଛନ୍ତି ସରକାର। ସଫଳ ହୋଇ ଆନ୍ତର୍ଜାତିକସ୍ତରରେ ପ୍ରଶଂସିତ ହୋଇଛନ୍ତି। ନବୀନଙ୍କ ନେତୃତ୍ବରେ ବିଜେଡ଼ି ୨୫ ବର୍ଷରେ ପଦାର୍ପଣ କରି ସାମାଜିକ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି। ବିକାଶକୁ ଅଗ୍ରାଧିକାର ଯୋଗୁ ୨୦୦୦ ମସିହାର ଓଡ଼ିଶା, ଆଜିର ଓଡ଼ିଶା ଭିତରେ ବ୍ୟାପକ ପରିବର୍ତ୍ତନ ଆସିଛି। ଗରିବୀ କମ କରିବାରେ ଓଡ଼ିଶା ଭାରତରେ ଆଗରେ ରହିଛି। ଓଡ଼ିଶାର ଗରିବ ୬୩ ପ୍ରତିଶତରୁ ଖସି ୨୯ ପ୍ରତିଶତରେ ପହଞ୍ଚିଛି। ୮୦ ଲକ୍ଷ ଲୋକ ଗରିବ ସୀମାରେଖାରୁ ଉପରକୁ ଉଠିଛନ୍ତି। ଆଗାମୀ ୫ ବର୍ଷରେ ଆଉ ୧୦ ପ୍ରତିଶତ ଗରିବୀ କମାଇବା ପାଇଁ ପଦକ୍ଷେପ ନିଆଯିବ। ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣରେ ଓଡ଼ିଶା ଆଗରେ ରହିଛି। ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ଦାବିକୁ ଆମେ ସମର୍ଥନ କରୁଛି। ମିଶନ୍ ଶକ୍ତି ମାଧ୍ୟମରେ ଓଡ଼ିଶାର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିବାରେ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଐତିହାସିକ ବୋଲି ସାଂସଦ ଶ୍ରୀ ରାଓ ମତ ପ୍ରକାଶ କରିଛନ୍ତି। ଅଶୋକ କଲ୍ୟାଣ ମଣ୍ଡପରେ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବିଜେଡ଼ି ପର୍ଯ୍ୟବେକ୍ଷକ ରଞ୍ଜିତ ରାୟ, ଜିଲ୍ଲା ମହିଳା ସଭାନେତ୍ରୀ ଅନୁସୂୟା ମାଝି, ନଗର ବିଜେଡ଼ି ସଭାପତି ସତ୍ୟ ନାରାୟଣ ପାଢ଼ୀ, ଯୁବ ନେତା ସନ୍ତୋଷ ପାତ୍ର, ଓଡ଼ିଶା-ମୋ ପରିବାରର ଜିଲ୍ଲା ସଂଯୋଜକ ବିନାୟକ କର ଉପସ୍ଥିତ ଥିଲେ।
ପୂର୍ବାହଣରେ ବିଜୁ ପଟ୍ଟନାୟକ ପାର୍କରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ୨ ହଜାରରୁ ଉର୍ଧ୍ବ କର୍ମୀ ବାଇକ୍ ରାଲିରେ ସହର ପରିକ୍ରମା କରିଥିଲେ। ବାଇକ ରାଲି ସହର ପରିକ୍ରମା କରି ଅଶୋକ କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ନେତୃସ୍ତରୀୟ ନେତା ଓ କର୍ମୀଙ୍କୁ ପଞ୍ଚାୟତ ନିର୍ବାଚନରେ ସଫଳତା ହାସଲ ପାଇଁ ସାଂସଦ ଶ୍ରୀ ରାଓ ଗୁରୁମନ୍ତ୍ର ଦେଇଥିଲେ। ରାଜ୍ୟ ମହିଳା ଉପସଭାନେତ୍ରୀ ସୁଜାତା ପାଳ, ମଞ୍ଜୁଶ୍ରୀ ମୁଖାର୍ଜୀ, ଜିଲ୍ଲା ପରିଷଦ ସଦସ୍ୟ ଅମ୍ବିକା ମାଝି, ରାଜ୍ୟ ସଂପାଦକ ଚନ୍ଦ୍ରକାନ୍ତ ସାମଲ, ଛାତ୍ର ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ଅବିନାଶ ବିଷୋୟୀ, ସଂପାଦକ ବିନାୟକ ପଲେଇ, ବିଜୁ କୃଷକ ରାଜ୍ୟ ସଂପାଦକ ବାନାଗାଡ଼ି ତିରୁପତି, ବରିଷ୍ଠ ନେତା ବ୍ରଜ ସୁନ୍ଦର ନାୟକ, ଯୁବ ବିଜେଡ଼ି ନେତା ସନ୍ତୋଷ ରଥ, ଅଶୋକ ପଣ୍ଡା, କୁଲି ସରପଞ୍ଚ ହର ହେପ୍ରୁକା, କୋଣ୍ଡା ବାବୁ, ପି. ପ୍ରବୀଣ, ଶ୍ରୀକାନ୍ତ ଚୌଧୁରୀ, ତପନ ପେଦେଣ୍ଟି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

related posts

Leave a Comment