Home Breaking News / ତାଜା ଖବର ସ୍ଥାନୀୟ ସମସ୍ୟାକୁ ନେଇ ଜିଲ୍ଲା ଯୁବ ମୋର୍ଚାର ଦେବଦଳା ଠାରେ ପ୍ରେସ ମିଟ

ସ୍ଥାନୀୟ ସମସ୍ୟାକୁ ନେଇ ଜିଲ୍ଲା ଯୁବ ମୋର୍ଚାର ଦେବଦଳା ଠାରେ ପ୍ରେସ ମିଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୭/୧୨-(ଧନେଶ୍ବର ରାଉତ)- ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନିର୍ଦ୍ଧେଶକ୍ରମେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ରାୟଗଡ଼ା ବ୍ଲକରେ ଜେ.କେ. ପୁରର ଆନନ୍ଦ ରେଷ୍ଟୁରାଣ୍ଟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛିଯାଇଛି । ଏହି ସମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଧେଶ୍ୟ ହଉଛି ରାୟଗଡ଼ା ବ୍ଲକର ବିଭିନ୍ନ ପ୍ରକାର ଦୁର୍ନୀତି, ଅନିୟମିତତା ଯଥା ଜେ.କେ.ପୁର ର ସମସ୍ୟା ଜେ.କେ. ପୁର କୁ ଏନ.ଏ. ସି ଘୋଷଣା କରିବା,ବେଠିପଡା, କଳାହାଣ୍ଡିପଡା, ସୋର୍ମପଡା, ଡ଼ଙ୍ଗରିପଡାର, ଗାଡ଼ବାଗୁଡା ଭୁମିହୀନଙ୍କୁ ପଟ୍ଟା ପ୍ରଦାନ,ପି.ଏମ ଆବାସ ଯୋଜନାରେ ଘର ପ୍ରଦାନ କରିବା, ଏ.ଏସ.ଅଇ ଡାକ୍ତରଖାନାର ପୁନ୍ନରୁଧାନ କରିବା, ଜେ.କେ.ପୁର ପେପର ମିଲ କାରଖାନାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଓ ରୋଜଗାର ପାଇଁ ବ୍ୟବସ୍ଥା କରିବା,ମାର୍କେଟ କମ୍ପ୍ଲେକ୍ସ ସ୍ଥାପନ କରିବା,ନୂତନ ବସ ଷ୍ଟାଣ୍ଡ ସ୍ଥାପନ କରିବା, ସ୍ୱଚ୍ଛ ଭାରତ ମିଶନ ରେ ସଠିକ ଭାବରେ ପରିଚାଳନା କରିବା, ବାଇ ପାସ ରୋଡ଼ କରିବା ଏବଂ ରାୟଗଡ଼ା ନଗରରେ ପର୍ଯ୍ୟଟନୀ ସ୍ଥଳୀ ହତିପଥର ପୁନ୍ନରୁଦ୍ଧାର କରିବା, ଯେସ.କ ଜମିର ସମସ୍ୟାକୁ ସମାଧାନ କରି ଉଚିତ ନ୍ୟାୟ ଦେବା, ସାଇ ପ୍ରିୟା ନଗର ଅଞ୍ଚଳକୁ ପୌରପରିଷଦ ଅଧୀନରେ ଅନ୍ତର୍ଭୂକ୍ତ କରିବା, ପିପିଲିଗୁଡ଼ାର ୧୩ ଗୋଟି ପଞ୍ଚୟତର ଜିଲ୍ଲା ପରିଷଦକୁ ବ୍ଲକ ଘଷଣା କରିବା, ପିପିଲିଗୁଡ଼ାରେ ଯୁକ୍ତ ଦୁଇର ନୂତନ କଲେଜ ସ୍ଥାପନ କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଉ 960 ମୋବାଇଲ ନେଟୱର୍କ ଟାୱାର ପାଇଁ ଅନୁମୋଦନ ହେଇଛି ସେଇଥିରୁ ପିପିଲିଗୁଡାରେ ଟାୱାର ସ୍ଥାପନ କରିବା, ବାଇସିଙ୍ଗି ପଞ୍ଚୟତ, ମୁନିଗୁଡ଼ା ଠାରୁ ଆରମ୍ଭକରି ପୂଜାରୀ ବେମ୍ବୁ ଉମାର୍ବାଲିରେ ପି.ଏମ ସଡ଼କ ଯୋଜନାରେ ରାସ୍ତା କରିବା, ଅତଡା ପାମ ଓଏଲ କମ୍ପାନୀ ଆରମ୍ଭ କରିବା, ସେହିପରି କୁମ୍ଭୀକୋଟାରେ ଚାଷୀଙ୍କ ପାଇଁ ଏକ ନୂତନ ଡ୍ୟାମ ନିର୍ମାଣ କରିବା ଆଦି ସମସ୍ୟା ଗୁଡ଼ିକ ସମାଧାନ ପାଇଁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଦାବି କରୁଛି । ଏ ସବୁର ମୂଳ କାରଣ ପ୍ରଶାସନର ଅବହେଳା ନେଇ ହେଉଛି ଏବଂ ବିଜେଡ଼ି ଦଳର ସୂଚନାନୁଯାୟୀ ସରକାରୀ ଅଧିକାରୀ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଶ୍ୟାମ କୁମାର ଦାଶ ଗର୍ଜିଲେ । ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ଶ୍ୟାମ କୁମାର ଦାଶ ଙ୍କ ସମେତ, ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲକା, ନଗର ସଭାପତି ତରୁଣ ଗରଡ଼ିଆ, ରାୟଗଡ଼ା ନଗର ସଭାପତି ବିଦ୍ୟା ଭୂଷଣ ପଣ୍ଡା, ରାଜ୍ୟ ସଂସ୍କୃତି ସହ ସଂଯୋଜକ ଏମ. ଗୋପୀ ଆନନ୍ଦ, ନମାମିଗଙ୍ଗେ କୋଡ଼ିନେଟର କୃଷ୍ଣ ପଣ୍ଡା,ଜିଲ୍ଲା ଏସ. ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଟି. ନାଗାରାଜୁ, ଜିଲ୍ଲା ଯୁବ ମୋର୍ଚ୍ଚା କୋଡିନେଟର ମାନସ ଦାସ,ରାୟଗଡ଼ା ନଗର ଯୁବ ମୋର୍ଚ୍ଚା ସଭାପତି ରାଜେଶ କୁମାର ପାଣିଗ୍ରାହୀ,ଜେ.କେ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ସୋମନାଥ ସାରକା, ତେଜା ରାଓ ଭାଇ ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment