Home Breaking News / ତାଜା ଖବର ପ୍ରଶାସନ ଶୁଣିଲାନି ଗ୍ରାମବାସୀ ତିଆରି କଲେ କାଠ ପୋଲ

ପ୍ରଶାସନ ଶୁଣିଲାନି ଗ୍ରାମବାସୀ ତିଆରି କଲେ କାଠ ପୋଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୭/୧୨-(ଧନେଶ୍ବର ରାଉତ)-ବାରମ୍ବାର ପ୍ରଶାସନକୁ ଗୁହାରି କରି ନୟାନ୍ତ ହେଲା ପରେ ପ୍ରଶାସନ ନ ଶୁଣିବାରୁ ଗ୍ରାମ ବାସି ନିଜ ଉଦ୍ୟମରେ ଏକ କାଠ ପୋଲ ନିର୍ମାଣ କରି ଗମନା ଗମାନକୁ ସୁଗମ କରିଛନ୍ତି। କାହିଁ କେଉଁ ଯୁଗରୁ ମାନବ ସମାଜ ଏହି ଗ୍ରାମରେ ବସବାସ କରୁଛନ୍ତି ଏହି ଗ୍ରାମରେ ପ୍ରାୟ ୫୦ ପରିବାର ତନ୍ମଧ୍ୟରୁ ୪୭ ପରିବାର ଆଦିବାସୀ ହୋଇଥବା ବେଳେ ୩ ପରିବାର ହରିଜନ ସମ୍ପ୍ରଦାୟର ଅଟନ୍ତି। ପ୍ରାୟ ସେଠାକାର ଜନ ସଂଖ୍ୟା ଅଢେଇ ରୁ ୩୦୦ ଲୋକ ସଂଖ୍ୟା ଅଟେ। ଆଜକୁ ସ୍ୱାଧୀନତାର ପଚସ୍ତରୀ ବର୍ଷ ବିତି ଯାଇଥିଲେ ହେଁ ଏହି ଗ୍ରାମକୁ ରାସ୍ତାଟିଏ ନାହିଁ। ଏହିଭଳି ଅନ୍ଧକାର ଜୀବନ ବିତାଉଛନ୍ତି ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଦୁର୍ଗମ ଗୋଡିବାଲି ପଞ୍ଚାୟତର ପଣସଗୁଡା ଗ୍ରାମବାସୀ । ଏହି ଗ୍ରାମକୁ ଯିବା ପାଇଁ ହେଲେ କାଶୀପୁର ରୁ ବାଇଶି କିଲୋମିଟର ସିକର ପାଇ ରାସ୍ତାରେ ଆସିଲେ ଜେରକା ନିକଟରେ ଓଲ୍ହାଇଲେ ଏକ ପାଦ ଚାଲ ବାଟ ଦେଇ ଏକ ନାଳ ପାର ହେଲେ ଆସେ ପଣସ ଗୁଡା ଗ୍ରାମ। ଅନ୍ୟ ଋତୁରେ ଜେନ ତେନ ପ୍ରକାରେଣ ଜା ଆସ ହୁଏ କିନ୍ତୁ ବର୍ଷା ଋତୁରେ ଚାରି ମାସ ଏକ ରକମର ଜଳ ବନ୍ଦିର ଜୀବନ ବିତାଇବାକୁ ହୁଏ। ଏପରିକି ଅତି ଆବଶ୍ୟକୀୟ ଜିନିଷ ମିଳିବା କଷ୍ଟକର ହେଉଥିବା ବେଳେ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଆସିବାକୁ ରାସ୍ତା ନଥିବାରି ପ୍ରସୂତି ଗର୍ଭବତୀ ମାନଙ୍କ ପାଇଁ ଖଟିଆ ଏକ୍ସସ୍ପ୍ରେସ ହିଁ ଏକ ମାତ୍ର ସହାରା ଅଟେ। ଜିଲ୍ଲା ତଥା ବ୍ଲକ ପ୍ରଶାସନକୁ ବାର ବାର ଜଣାଇଲେ ସୁଦ୍ଧା କର୍ଣ୍ଣ ପାତ ନ କରିବାରୁ ଏଭଳି ଅଭିନବ ଉଦ୍ୟମ କରି ଛନ୍ତି ଦୁଇ ଖଣ୍ଡ ଗ୍ରାମବାସୀ। ଏହି କାଠ ପୋଲ ନିର୍ମାଣ କରିବାରେ ପୁସ ଘାଟି ର ଶ୍ୟାମଧର ମାଝୀ, ନାଥ ମାଝୀ, ସନା ମାଝୀ, ଆଇନା ମାଝୀ, ପଣସ ଗୁଡାର ଧନ ମାଝୀ, ପାତି ମାଝୀ, କଣ୍ଡା କୁରା ର ନୀଳକଣ୍ଠ କଡ୍ରକା, ଦେଉଳ ବାଡିର ନୀଳକଣ୍ଠ ଙ୍କ ଓ ଗ୍ରାମବାସୀଙ୍କ ପ୍ରୟାସରେ ଏକ ସୁନ୍ଦର କାଠ ପୋଲ ନିର୍ମାଣ କରାଯାଇଛି ଏଥର ଏହି ଲୋକଙ୍କ ପ୍ରୟାସ ଦେଖି ସରକାର ଚେତି କରି ଏକ ମିନି ବ୍ରିଜ କଲେ ପଣସ ଗୁଡା, ପୁସ ଘାଟି, ଟେକ୍ସି ମୁଇ, ଗାଡ଼ର ମୁଇ ଗ୍ରାମକୁ ସୁଗମ ହେଇ ପାରିବ ବୋଲି ଗ୍ରାମବାସୀ ଓ ଧନ ମାଝୀ କହିଛନ୍ତି। ରାଜ୍ୟ ସରକାର ଲୋକଙ୍କ ବିକାଶ କରିବାରେ ସାରା ରାଜ୍ୟରେ ଡିଣ୍ଡିମ ପିଟୁ ଥୁବା ବେଳେ ଏଭଳି ଗ୍ରାମ ମାନଙ୍କୁ ଦୃଷ୍ଟି ଅଡୁଆଳରେ ରଖୁଛି କାହିଁକି ତାହା ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ଏ ନେଇ ଗୋଡିବାଲି ସରପଞ୍ଚ ଲଚିନ୍ଦ୍ର ମାଝୀ ଙ୍କୁ ପଚାରିବାରୁ ସେ କହିଛନ୍ତି କି ଚଳିତ ବର୍ଷ କାର୍ଯ୍ୟ ଖସଡାରେ ସାମିଲ କରି ଏକ ମିନି ପୋଲ ର ବ୍ୟବସ୍ଥା ପାଇଁ ଜିଲ୍ଲାକୁ ପଠାଯିବ ବୋଲି କହିଛନ୍ତି। ଏଭଳି କାଶୀପୁର ବ୍ଲକ ବିଡ଼ିଓ ଗୌର ଚନ୍ଦ୍ର ପଟନାୟକ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ପ୍ରତିକ୍ରିୟା ମିଳି ପାରି ନ ଥିଲା।

related posts

Leave a Comment