Home Breaking News / ତାଜା ଖବର ଓମିକ୍ରନ ସଂକ୍ରମଣକୁ ନଜରରେ ରଖି କେରଳ ଏବଂ ଉତ୍ତରାଖଣ୍ଡରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଓମିକ୍ରନ ସଂକ୍ରମଣକୁ ନଜରରେ ରଖି କେରଳ ଏବଂ ଉତ୍ତରାଖଣ୍ଡରେ ଲାଗୁ ହେଲା ନାଇଟ କର୍ଫ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଓମିକ୍ରନ ସଂକ୍ରମଣକୁ ନଜରରେ ରଖି କେରଳ ଏବଂ ଉତ୍ତରାଖଣ୍ଡରେ ଲାଗୁ ହେଲା ନାଇଟ କର୍ଫ୍ୟୁ। ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭିଡ଼ ହେବାର ଆଶଙ୍କା କରି ସଂକ୍ରମଣକୁ ରୋକିବାକୁ କେରଳ ଏବଂ ଉତ୍ତରାଖଣ୍ଡ ସରକାର ନାଇଟ କର୍ଫ୍ୟୁ କଟକଣା ଲାଗୁ କରିଛନ୍ତି। କେରଳରେ ଡିସେମ୍ବର ୩୦ରୁ ଜାନୁଆରି ୨ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ହେବା ସହ ଉତ୍ତରାଖଣ୍ଡରେ ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ନାଇଟ କର୍ଫ୍ୟୁ ଲାଗୁ ହେବ।

ଦେଖିବାକୁ ଗଲେ ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୫୩୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୧୫ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୯୩,୩୩୩ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୩୧୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୭୯,୯୯୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୭,୧୪୧ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୨,୩୭,୪୯୫।

related posts

Leave a Comment