Home Breaking News / ତାଜା ଖବର ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ୍‌

ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ୍‌

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ, ୨୭/୧୨: ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ଜଗତ୍‌ପୁର ଅଞ୍ଚଳର ଏହି ଯୁବକଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଶେଖ ଅନୱର୍‌କୁ ଗିରଫ କରିଛି ପୋଲିସ୍‌ ।

ପୂର୍ବରୁ ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ୍‌ । କଟକ ଜଗତପୁର ଥାନା ପକ୍ଷରୁ ମାଞ୍ଜା ସୂତା ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇ ଦୁଇ ମାଞ୍ଜା ସୂତା ବ୍ୟବସାୟୀଙ୍କ ସହ ୩ ଜଣଙ୍କୁ ଅଟକ ରଖାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ୨୬ ଦିନ କଟକ ଜିଲ୍ଲା ଜଗତପୁର ପୀରବଜାର ଅଞ୍ଚଳରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବକ ହେଲେ ଜୟନ୍ତ ସାମଲ । ତାଙ୍କ ଘର ସ୍ଥାନୀୟ ଭୟରପୁରଠାରେ । ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ୍ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ବଶୁର ଘରକୁ ଯାଉଥିଲେ । ପୀରବଜାରଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉ ଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା । ସୂତାଟି ଅତି ଶକ୍ତ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

related posts

Leave a Comment