Home Breaking News / ତାଜା ଖବର ୧୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଦୁଇ ବେପାରୀ

୧୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଦୁଇ ବେପାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ, ୨୭/୧୨: ପୁରୀରୁ ଧରା ହେଲେ ଦୁଇ ଧଳା ଜହର ବେପାରୀ। ଏସଟିଏଫ ଓ ତାଳବଣିଆ ପୋଲିସ ଦ୍ବାରା ଗିରଫ ହୋଇଛନ୍ତି  ଦୁଇ ବେପାରୀ। ଗିରଫ ହୋଇଥିବା ଦୁଇ ବେପାରୀ ହେଲେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ଵର ଖଣ୍ଟପଡାର କମଳ କିଶୋର ପଣ୍ଡା। ଏମାନଙ୍କ ଠାରୁ ୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ବଜାରରେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।

ତିନୋଟି ମୋବାଇଲ ସହ ପୋଲିସ ଏମାନଙ୍କ ଠାରୁ ଏକ ହଜାର ଟଙ୍କା ଜବତ କରିଛି। ଏହି ଅଭିଯୁକ୍ତମାନେ ପୁରୀ ହୁଳହୁଳିଆ ବ୍ରିଜ ନିକଟରେ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଏସଟିଏଫ ଓ ତାଳବଣିଆ ଥାନା ପୋଲିସ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି।

related posts

Leave a Comment