Home Breaking News / ତାଜା ଖବର ୱିକ୍‌ ଏଣ୍ଡରେ ବି କମାଲ କରିପାରିଲାନି ରଣବୀର ସିଂଙ୍କ ସିନେମା ’83’

ୱିକ୍‌ ଏଣ୍ଡରେ ବି କମାଲ କରିପାରିଲାନି ରଣବୀର ସିଂଙ୍କ ସିନେମା ’83’

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ ୨୭/୧୨ : କବୀର ଖାନଙ୍କ ନିର୍ଦ୍ଦେଶିତ ବହୁ ପ୍ରତିକ୍ଷିତ ଫିଲ୍ମ “83” ଡିସେମ୍ବର ୨୪ରେ ରିଲିଜ ହୋଇଛି। ଏହି ଚଳଚିତ୍ରଟି ୧୯୮୩ରେ ଭାରତ ଜିତିଥିବା କ୍ରିକେଟ ବିଶ୍ୱକପ ଏବଂ ଦଳ ବିଜୟର ପ୍ରମୁଖ ଭୂମିକା ତୁଲାଇଥିବା କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କ ଜୀବନୀକୁ ନେଇ ଆଧାରିତ । ସିନେ ସମୀକ୍ଷକମାନେ ଫିଲ୍ମର କାହାଣୀ ଏବଂ କଳାକାରଙ୍କ ଅଭିନୟକୁ ବେଶ ପ୍ରଶଂସା କରିଛନ୍ତି। ଅନୁମାନ କରାଯାଇଥିଲା ବକ୍ସ ଅଫିସରେ ଫିଲ୍ମଟି ସୁପର ହିଟ୍‌ ହେବ ।

ଆୟରେ ନୂଆ ରେକର୍ଡ ତିଆରି କରିବ । କିନ୍ତୁ ରିଲିଜ୍‌ର ୩ ଦିନ ପରେ ବି ବକ୍ସ ଅଫିସରେ ଏତେଟା ଆଦୃତି ଲାଭ କରିପାରିନି ଫିଲ୍ମ 83 । ଅବଶ୍ୟ ଶନିବାର ଆୟରେ ଅଳ୍ପ ବୃଦ୍ଧି ଘଟିଥିଲା କିନ୍ତୁ ଯେଉଁ ପରିମାଣରେ ଆଶା କରାଯାଉଥିଲା ତାହା ହୋଇନଥିଲା। ରବିବାର କଥା କହିଲେ ଆୟ ଅଳ୍ପ କିଛି ବଢ଼ିଥିବା ଦେଖାଯାଇଛି। ଫିଲ୍ମ ରିଲିଜ୍‌ ବେଳେ ଯାହା ଆଶା କରାଯାଉଥିଲା ସେତିକି ପରିମାଣର ଆୟ କରିନାହିଁ ତଥାପି ଚଳିତ ସପ୍ତାହରେ ଫିଲ୍ମ 83 ଭଲ ଆୟ କରିବ ବୋଲି ଆଶା କରାଯାଉଛି ।

ଫିଲ୍ମ “83”ଶୁକ୍ରବାର ୧୨.୬୪କୋଟି ଟଙ୍କା ଆୟ କରିଥିବାବେଳେ ଶନିବାର ୧୬.୯୫କୋଟି ଟଙ୍କା କମାଇଛି। ବକ୍ସ ଅଫିସ ଇଣ୍ଡିଆ ୱେବସାଇଟ୍ ଅନୁସାରେ, ରବିବାର ଦିନ ଫିଲ୍ମ ୧୬.୫୦କୋଟିରୁ ୧୭କୋଟି ପର୍ଯ୍ୟନ୍ତ କମାଇଛି। ଶନିବାର ଖ୍ରାଷ୍ଟମାସ ଛୁଟି ଥିବାବେଳେ ରବିବାର ସପ୍ତାହନ୍ତ ଛୁଟିଥିଲା । ଏହା ସତ୍ୱେବି ଫିଲ୍ମ ଭଲ ବ୍ୟବସାୟ କରିପାରି ନାହିଁ । ଫିଲ୍ମଟି ୩ ଦିନରେ ମାତ୍ର ୪୬କୋଟି ଟଙ୍କା ଆୟ କରିବାକୁ ସକ୍ଷମ ହୋଇଛି । ଛୋଟ ଛୋଟ ସହରମାନଙ୍କୁ ଛାଡ଼ିଦେଲେ ଦିଲ୍ଲୀ ଏବଂ ମୁମ୍ବାଇରେ ଏହି ଫିଲ୍ମ ଭଲ ଆୟ କରିଛି। ଏହା ସହ ରବିବାର ଗୁଜୁରାଟରେ ମଧ୍ୟ ଭଲ ବ୍ୟବସାୟ କରିଥିବା ଦେଖିବାକୁ ମିଳିଛି ।

related posts

Leave a Comment