Home Breaking News / ତାଜା ଖବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଦେବୀପ୍ରସାଦ ମିଶ୍ର ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଦେବୀପ୍ରସାଦ ମିଶ୍ର ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଠଗଡ ଉପଜିଲ୍ଲାପାଳଙ୍କ ସଭାଗୃହରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଧାୟକ ଦେବୀପ୍ରସାଦ ମିଶ୍ର ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।
ରାଜ୍ୟ କ୍ୟାବିନେଟରେ ରେଙ୍ଗାଳି ଦକ୍ଷିଣ କେନାଲରେ ଭୂତଳ ପାଇପ ଦ୍ବାରା ଜଳ ସେଚନ ପାଇଁ ୪୪୩ କୋଟି ଟଙ୍କା ମଂଜୁର ହେବା ପରେ ମୂଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ସମ୍ମିଳନୀର ଏହି ଧନ୍ୟବାଦ ଜଣାଇଛନ୍ତି । ଏହା ଦ୍ବାରା ୨୬ ୩୩୪ ହେକ୍ଟର ଜମିରେ ପାଣି ମାଡିବା ସହ ଆଠଗଡର ୯୧ , ବଡମ୍ବାର ୧୩୪ , ଢେଙ୍କାନାଳ ସଦରର ୧୭୭ ଓ ତିଗିରିଆର ୪୭ ଟି ଗାଁ ଲୋକେ ଉପକୃତ ହେବେ । ଏହି ଭୂତଳ ପାଇପ ଯୋଗେ ଜଳସେଚନ ଦ୍ବାରା ଭୂମି ଅଧିଗ୍ରହଣର ଆବଶ୍ୟକତା ପଡିବ ନାହିଁ , ଏହାଦ୍ବାରା ରକ୍ଷଣାବେକ୍ଷଣ ଖର୍ଚ କମ୍ ହେବା ସହ ୨ବର୍ଷ ମଧ୍ୟରେ ଏହା ସଂପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ଉଭୟ ନେତା । ଏହା ସହ ଜନସାଧାରଣଙ୍କ ପକ୍ଷରୁ ଏହି ଧନ୍ୟବାଦ ଜଣାଇବା ସହ ୧୯୭୮ ମସିହାରୁ ରେଙ୍ଗାଲି କେନାଲର ସ୍ବପ୍ନ ଦେଖିଥିବା ଚାଷି ର ସ୍ବପ୍ନ ସାକାର ହେବାକୁ ଯାଉଛି ବୋଲି କହିଛନ୍ତି

related posts

Leave a Comment