Home Breaking News / ତାଜା ଖବର ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ମନ୍ଦିର ଠାରେ ସ୍ୱତନ୍ତ୍ର ସଫେଇ ଶିବିର

ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ମନ୍ଦିର ଠାରେ ସ୍ୱତନ୍ତ୍ର ସଫେଇ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର ୨୬-୧୨// ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ସ୍ଥାନୀୟ ଐତିହାସିକ ପୀଠ ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ମନ୍ଦିର ଠାରେ ଏକ ସ୍ୱତନ୍ତ୍ରସ୍ୱଚ୍ଛ ଅଭିଯାନ ଶିବିର ଅନୁଷ୍ଠିତ ହୋଇଥିଲା l ସଂଗଠନ ର ସଭାପତି ଶ୍ରୀ ଲଷ୍ମୀ ନାରାୟଣ ମେହେର ଙ୍କ ପରାମର୍ଶ କ୍ରମେ ବରିଷ୍ଟ ସଭ୍ୟ ଶ୍ରୀ ଗରିବ ଲୋଇ ଙ୍କ ତତ୍ୱାବଧାନ ରେ ଏହି ଶିବିର ଅନୁଷ୍ଠିତ ହୋଇଛି l ଏହି ଅଭିଯାନ ରେ ସଂଗଠନ ର ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଦିଲ୍ଲୀପ ଭୁକ୍ତା, ମନୋଜ ପଣ୍ଡା,ତରଣୀ ମେହେର, ଲଡ଼ୁକିଶୋର ମଲ୍ଲିକ,ଗୋକୁଳ ଠାକୁର, ପ୍ରଫୁଲ୍ଲ ନାଏକ, ସୁଶୀଳ ପରଡିଆ, ପ୍ରତାପ ଦାଶ, ରାମୁ ତିୱାର, ତ୍ରିଲୋଚନ ତରିଆ, ଜୟ ନାରାୟଣ ସାହୁ, ଜୟନ୍ତ ବେହେରା, ସିମାଞ୍ଚଳ ହୋତା, ପ୍ରମୁଖ ଅନେକ ସକ୍ରିୟ ସଭ୍ୟ ଯୋଗ ଦେଇ ସଫେଇ କାର୍ଯ୍ୟକ୍ରମ ରେ ଯୋଗ ଦାନ କରି ଥିଲେ l ଦୂର ଦୁରାନ୍ତର ପର୍ୟ୍ୟଟକ ଙ୍କ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ର ମଜା ନେଇ ସେମାନଙ୍କୁ ସ୍ୱାଗତ କରିଥିଲେ l ସୁବର୍ଣ୍ଣପୁର ର ଏହି ଐତିହାସିକ ପୀଠ ଓ ପର୍ୟ୍ୟଟନ କ୍ଷେତ୍ରରେ ନୁଆଁ ବର୍ଷ ଡିସେମ୍ବର ଓ ଜାନୁଆରୀ ମାସ ରେ ସହର ର ଶ୍ରୀ ଲୋକନାଥ ମନ୍ଦିର, ଶ୍ରୀ ରାମେଶ୍ୱର ମନ୍ଦିର

ନୁଆଁ ବର୍ଷ ରେ ସୁବର୍ଣ୍ଣପୁର ଐତିହାସିକ ପୀଠ ରେ ପର୍ୟ୍ୟଟକଙ୍କ ଗହଳି – ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ତ୍ରିବେଣୀ ସଙ୍ଗମ ଶ୍ରୀ ରାମେଶ୍ୱର ମନ୍ଦିର ଠାରେ ସ୍ୱତନ୍ତ୍ର ସଫେଇ ଶିବିର ଶ୍ରୀ ସୁବର୍ଣ୍ଣ ମେରୁ ମନ୍ଦିର, ମା ସୁରେଶ୍ୱରୀ, ମା ଲଙ୍କେଶ୍ୱରୀ , ଗୋକୋନେଶ୍ୱର ମନ୍ଦିର ସମେତ ମହାନଦୀ ତେଲ ନଦୀ ପାଖ ଆଖ ଅଂଚଳ ରେ ପ୍ରତିବର୍ଷ ବଣ ଭୋଜି ପାଈଁ ରାଜ୍ୟ ସାରା ଲୋକଙ୍କ ଭିଡ଼ ଜମୁଥିବାରୁ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ଓ ସ୍ଥାନୀୟ ପୌର ପରିଷଦ ର ମିଳିତ ସହଯୋଗ ରେ ସହର ର ବିଭିନ୍ନ ମନ୍ଦିର ଓ ପର୍ୟ୍ୟଟନ କ୍ଷେତ୍ରରେ ସ୍ୱତନ୍ତ୍ର ସଫେଇ ଅଭିଯାନ ଜାରିରହିଛି ଏବଂ ଆସନ୍ତା କାଲି ମା ସୁରେଶ୍ୱରୀ ଙ୍କ ଦେବୀ ପୀଠ ରେ ଏ ଅଭିଯାନ କରାଯିବ ବୋଲି ସଂଗଠନ ସଭାପତି ଲଷ୍ମୀନାରାୟଣ ମେହେର, ଉପଦେଷ୍ଟା ସୟଦ ଅଲିମୁଲ ଇସଲାମ, ଓ ଉପ -ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ ପ୍ରକାଶ କରିଛନ୍ତି

related posts

Leave a Comment