Home Breaking News / ତାଜା ଖବର ଆସନ୍ତା ୨୮ରୁ ଭୁବନେଶ୍ୱର ଇଂଟର କ୍ଲବ ୧୯ ବର୍ଷରୁ କମ୍ ଓ ସିନିୟର କ୍ରିକେଟ ଟୁର୍ଣ୍ଣାମେଂଟ

ଆସନ୍ତା ୨୮ରୁ ଭୁବନେଶ୍ୱର ଇଂଟର କ୍ଲବ ୧୯ ବର୍ଷରୁ କମ୍ ଓ ସିନିୟର କ୍ରିକେଟ ଟୁର୍ଣ୍ଣାମେଂଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆସନ୍ତା ୨୮ ଡିସେମ୍ୱରରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ଇଂଟର କ୍ଲବ ୧୯ ବର୍ଷରୁ କମ୍ ଓ ସିନିୟର କ୍ରିକେଟ ଟୁର୍ଣ୍ଣାମେଂଟ । ଏନେଇ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଫିକ୍ସର ଜାରି କରାଯାଇଛି । ଚଳିତ ବର୍ଷ ମୋଟ୍ ୧୫ଟି କ୍ଲବର କ୍ରିକେଟ ଦଳ ଏଥିରେ ଅଂଶଗ୍ରହଣ କରିବେ । ଓଡିଶା କ୍ରିକେଟ ଆସୋସିଏସନର ଭିଜନ ୨୦୨୪ ର ଏହା ହେଉଛି ଏକ ଅଂଶ । ଓପନିଂ ମ୍ୟାଚ ମୂଳା ପଡିଆ କ୍ରିକେଟ ଗ୍ରାଉଣ୍ଡରେ ଉତ୍କଳ ଏବଂ କିଶୋର କ୍ଲବ ମଧ୍ୟରେ ଆସନ୍ତା ୨୮ ଡିସେମ୍ୱରରେ ଖେଳାଯିବ । ୫୦ ଓଭର ବିଶିଷ୍ଟ ଏହି ମ୍ୟାଚ ସକାଳ ୮ଟାରୁ ଆରମ୍ଭ ହେବ । ସମସ୍ତ ୧୫ଟି କ୍ଲବକୁ ତିନୋଟି ଗ୍ରୁପ ଏ, ବି ଏବଂ ସିରେ ଭାଗ କରାଯାଇଛି । ଖୁବଶୀଘ୍ର ଏହି ଟୁର୍ଣ୍ଣାମେଂଟର ଫିକ୍ସର ଜାରି କରାଯିବ ବୋଲି ଭୁବନେଶ୍ୱର ଆଥଲେଟିକ୍ କ୍ଲବ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି ।

କେଉଁ ଗ୍ରୁପରେ କେଉଁ କ୍ଲବ?
ଗ୍ରୁପ ଏ- ଶେଖର ସ୍ପୋର୍ଟିଂ ସହିଦନଗର

  • ବାପୁଜୀ ( ବାପୁଜୀ କ୍ରିକେଟ କ୍ଲବ , ୟୁନିଟ ୧)
  • ରେଡ ଷ୍ଟାର (କ୍ଲବ ରେଡଷ୍ôଟାର , ୟୁନିଟ୍ ୬ )
  • ଓସ୍କାର ( ଓସ୍କାର ସ୍ପୋର୍ଟିଂ କ୍ଲବ, ୟୁନିଟ ୮ )
  • ବରମୁଣ୍ଡା ( ବରମୁଣ୍ଡା କ୍ରିକେଟ କ୍ଲବ )

ଗ୍ରୁପ୍ ବି- କିଶୋର ସ୍ପୋର୍ଟିଂ
-ବିବିସିଏ ( ଭାରତଭୂଷଣ କ୍ରିକେଟ ଏକାଡେମୀ )
-ଏସିଏ ( ଅଭିଳାଷ କ୍ରିକେଟ ଏକାଡେମୀ, ଚନ୍ଦ୍ରଶେଖରପୁର
-ଫ୍ରେଣ୍ଡସ କ୍ରିକେଟ କ୍ଲବ, ୟୁନିଟ୍ ୧
– କଳିଙ୍ଗ କ୍ରିକେଟ ଏକାଡେମୀ, କଳିଙ୍ଗନଗର

ଗ୍ରୁପ ସି- ଉତ୍କଳ ସ୍ପୋର୍ଟିଂ କ୍ଲବ, ଚନ୍ଦ୍ରଶେଖରପୁର
-କିଶୋର କ୍ଲବ, ୟୁନିଟ୍ ୧
-ପାଇଓନିୟର କ୍ଲବ, ପଟିଆ
-ଯଦୁପୁର ଆଥଲେଟିକ୍ ଆସୋସିଏସନ, ଯଦୁପୁର
-ଗ୍ରୀନ୍ସ କ୍ରିକେଟ୍ ଏକାଡେମୀ, ଗାଡକଣ
ପ୍ରତ୍ୟକ ମ୍ୟାଚ ସକାଳ ୮ଟାରୁ ଆରମ୍ଭ ହେବ । ତେବେ ମ୍ୟାଚ୍ ଥିବା ଦିବସରେ ପ୍ରତ୍ୟକ ଦଳର ରିପୋର୍ଟିଂ ଟାଇମ ସକାଳ ୭ଟା ରଖାଯାଇଛି । ଏହି ଟୁର୍ଣ୍ଣାମେଂଟରେ ପ୍ରତ୍ୟକ ମ୍ୟାଚ ୫୦ ଓଭର ବିଶିଷ୍ଟ ରହିବ । ଇନିଂସ ଶେଷରେ ଜଳଖିଆ ପାଇଁ ୩୦ ମିନିଟର ବ୍ରେକ ରହିବ ବୋଲି ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ସମସ୍ତ କ୍ଲବ ଗୁଡିକ ପାଇଁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି

related posts

Leave a Comment