Home Breaking News / ତାଜା ଖବର ଗୁଳି କାଣ୍ଡ ଘଟଣା: 28 ଦିନ ଧରି ଫେରାର ଥିବା ଶିବ ପାଳ ପୋଲିସ କବଜାରେ

ଗୁଳି କାଣ୍ଡ ଘଟଣା: 28 ଦିନ ଧରି ଫେରାର ଥିବା ଶିବ ପାଳ ପୋଲିସ କବଜାରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚଳିତ ମାସ ନଭେମ୍ବର 30 ତାରିଖରେ ସାଳିଆବନ୍ଧ ସାହିରେ ପୋଲିସ ଉପସ୍ଥିତିରେ ହୋଇଥିବା ଗୁଳି କାଣ୍ଡ ଘଟଣାରେ ସଚିନ ଚୌଧୁରୀ ନାମକ ଜଣେ ଯୁବକ ଆହତ ହୋଇଥିଲେ । ଏହି ଘଟଣାରେ ଦୀର୍ଘ 28 ଦିନ ଧରି ଫେରାର ଥିବା ଶିବ ପାଳ ପୋଲିସ କବଜାରେ ପଡିଛି । ଗତକାଲି ପୋଲିସ ଶିବଙ୍କୁ ରାତି 8 ଟାରେ ଗିରଫ କରିଥିଲା । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା ଉଦ୍ୟମ ଘଟିଥିଲା । ଏଠିଫେ6 ଆହତ ହୋଇଥିବା ଶିବଙ୍କ ହାତରୁ ଘଟଣା ଦିନ ହିଁ MKCGରେ ଗୁଳି ବାହାର କରାଯାଇଥିଲା । ଶିବଙ୍କୁ ଧରିବା ପାଇଁ ପୋଲିସ ଯେତେ ଉଦ୍ୟମ କଲେ ମଧ୍ୟ ଫସର ଫାଟୁଥିଲା । ଶେଷରେ ଏକ ଭିନ୍ନ କୌଶଳରେ ପୋଲିସ ଶିବଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଆସନ୍ତା କାଲି ଶିବଙ୍କୁ କୋର୍ଟ ଚାଲାଣ କରିବାର ସମ୍ଭାବନା ରହିଛି । ଶିବ ପୂର୍ବ ଶତ୍ରୁତା ଯୋଗୁଁ ତାଙ୍କ ଶତ୍ରୁଙ୍କୁ ଗୁଳି ଚଳାଇଲେ ସତ , ହେଲେ ତାଙ୍କୁ ବନ୍ଧୁକ କିଏ ଦେଲା ସେ ନେଇ ପୋଲିସ ଗୋଶାଣିନୁଆଗାଁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

related posts

Leave a Comment