Home Breaking News / ତାଜା ଖବର ଆସନ୍ତାକାଲିଠୁ ଦିଲ୍ଲୀ‌ରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ ନାଇଟ କର୍ଫ୍ୟୁ

ଆସନ୍ତାକାଲିଠୁ ଦିଲ୍ଲୀ‌ରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ ନାଇଟ କର୍ଫ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଓମିକ୍ରନ ଆକ୍ରାନ୍ତଙ୍କ ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ସରକାର ନେଲେ ବଡ଼ ନିଷ୍ପତ୍ତି। ସଂକ୍ରମଣ କମ ହେବା ପରେ କଟକଣା କୋହଳ କରାଯାଇଥିବା ବେଳେ ଏବେ ପୁଣି ଥରେ କଟକଣା ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ବଢ଼ୁଥିବା ସଂକ୍ରମଣକୁ ଦେଖି ଦିଲ୍ଲୀ‌ରେ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଆସନ୍ତାକାଲିଠୁ ଏହା ଲାଗୁ ହେବ। ଦିଲ୍ଲୀବାସୀଙ୍କୁ ରାତି ୧୦ଟା ପୂର୍ବରୁ ସମସ୍ତ ଜରୁରୀ କାମ ଶେଷ କରିବାକୁ ହେବ।

ଆଜି ଦିଲ୍ଲୀରେ ୨୯୦ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଜଣଙ୍କର ମୃତ୍ୟୁ ଘଟିଛି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ସରକାର ଏବେଠୁ ସତର୍କ ହୋଇଛନ୍ତି।

ଅନ୍ୟପକ୍ଷରେ ଆଜି କରୋନାଭାଇରସର ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ମଧ୍ୟପ୍ରଦେଶରୁ ଜଣେ ଏବଂ ହିମାଚଳରୁ ଜଣେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ମଧ୍ୟପ୍ରଦେଶକୁ ବିଦେଶରୁ ଫେରିଥିବା ୮ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଣେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ବୋଲି ଜିନୋମ ସିକ୍ୟୁଏନ୍ସିଂରୁ ଜଣାପଡ଼ିଛି। ସେହିଭଳି ହିମାଚଳ ପ୍ରଦେଶରୁ ୯ଟି ନମୁନା ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିବା ବେଳେ ଜଣେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ବୋଲି ଜଣାପଡ଼ିଛି।

related posts

Leave a Comment