Home Breaking News / ତାଜା ଖବର ସୁନାଖଣ୍ଡି ପଂଚାୟତରେ ବିଜେଡିର ମିଶ୍ରଣ ପର୍ବ

ସୁନାଖଣ୍ଡି ପଂଚାୟତରେ ବିଜେଡିର ମିଶ୍ରଣ ପର୍ବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୬/୧୨- -(ଧନେଶ୍ବର ରାଉତ)-ପଂଚାୟତ ନିର୍ବାଚନ କୁ ଦୁଷ୍ଟିରେ ରଖି ରାଜନୈତିକ ଦଳ ମାନନକରେ ତତ୍ପରତା ପ୍ରକାଶ ପାଇଛି। ଦଳ ଡିଆଁ ଜୋର ସୋରରେ ଚାଲିଛି,ସେଥିରେ ବାଦ ପଡ଼ିନାହିଁ ରାୟଗଡ ଜିଲ୍ଲା ନିକଟ ବିରୋଧୀ ଦଳ ମାନଙ୍କ କାମ ଆରମ୍ଭ ପୂର୍ବରୁ ପଞ୍ଚାୟତ ନିର୍ବାଚନ ରେ ହେବାପାଇଁ ବିଜେଡି ନେତାମାନେ ଭଲ ପ୍ରୟାସ ଆରମ୍ଭକରି ଦେଇଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ମିଶ୍ରଣ ପର୍ବ ଜାରି ରହିଛି ଏହି ବିସମକଟକ ନିର୍ବାଚନ ମଣ୍ଡଳ ଉପରେ ସ୍ୱତନ୍ତ୍ର ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନଜର ରଖି ଥିବା ଜଣା ପଡୁଛି। ଆଜି ଅପର୍ହ୍ଣରେ ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସୁନଖଣ୍ଡି ପଞ୍ଚାୟତରେ ଏକ ମିଶ୍ରଣ ପର୍ବ ବ୍ଲକ ସଭାପତି ସୁନ୍ଦର ରାଓ ବାଘ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ସୁନଖଣ୍ଡି ର ପୂର୍ବତନ ସରପଞ୍ଚ ମହେଶ୍ୱର ବଛା ଙ୍କ ସହ,ଅର୍ଜୁନ ବଛା, ଦୁଲଭ ଚିନ୍ଦ, ବିଶ୍ୱାଳ,ଭାସ୍କର ଚିନ୍ଦ,ରତୁଣୁ କୃଷିକା, କୁସୁମ ଘାଟିର ଘାସି କୁଲୁସିକା, ବଳି କୃଷିକା,ରାଉତା କୁଲୁସିକା,ଅନିଗା କୃଷିକା,ଚୈତନ କୁଲେସିକା, ଜୁଧେଷ୍ଠୀ ମହନନ୍ଦିଆ,ନରସିଂହ ହୁଈକା, ବାମ ଧର ହୁଈକା, ଲୋକନାଥ କୃଷିକା ପ୍ରମୁଖ କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନାଥ ସାରକା ଦଳୀୟ ଉତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ସେମାନଙ୍କ ମତଦୁଇ ଦଳ ଛାଡି ନବୀନ ପଟନାୟକଙ୍କ ନିର୍ମଳ ଭାବ ମୂର୍ତ୍ତି ଓ ସ୍ୱଚ୍ଛ ଶାସନ ରେ ଅନୁପ୍ରାଣିତ ହୋଇ ସାମିଲ ହୋଇଛୁ ବୋଲି କହିଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭା ସାଂସଦ ଙ୍କ ପ୍ରତିନିଧି ଗେଦେଲା ଶ୍ରୀନୁ ,ଯୁବ ଛାତ୍ର ନେତା ରାଜୀବ ନାୟକ,ଗୋପୀନାଥ ପେରିଶିକା, ଟିଟି ପାଢ଼ୀ,ବରିଷ୍ଟ ନେତା ବାର ପ୍ରସାଦ ରାଓ ଓ ଅନ୍ୟ କର୍ମୀମାନେ ଯୋଗଦେଇଥିଲେ।

related posts

Leave a Comment