Home Breaking News / ତାଜା ଖବର ବିଜେଡିର ପ୍ରତିଷ୍ଠା ଦିବସରେ ବିଜେପି ନେତା ମିଶିଲେ ବିଜେଡିରେ

ବିଜେଡିର ପ୍ରତିଷ୍ଠା ଦିବସରେ ବିଜେପି ନେତା ମିଶିଲେ ବିଜେଡିରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୁଷୋତ୍ତମପୁର :(ଭାଗ୍ୟଶ୍ରୀ ସାହୁ )
ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ସହର ଓ ବ୍ଲକରେ ୨୫ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ସହରରେ ବରିଷ୍ଟ ବିଜେଡି ନେତା ତଥା ପୂର୍ବତନ ନଗର ପାଳ ବାସୁଦେବ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମୀ ମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ । ମଞ୍ଚରେ ସହରର ବରିଷ୍ଟ ନେତା ଗଣ ପ୍ରକାଶ ତ୍ରିପାଠୀ, ପ୍ରଭାତ ପଟ୍ଟନାୟକ, ଅଶୋକ ମହାଙ୍କୁଡ, ସନ୍ତୋଷ ପଣ୍ଡା ଙ୍କ ସହ ପୂର୍ବତନ କାଉନସିଲର ବୃନ୍ଦ ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ସ୍ମରଣ କରାଇ ତାଙ୍କରି ନାମରେ ବିଜୁ ଜନତା ଦଳ ଗଠନ ହୋଇ ଦୀର୍ଘ ୨୨ବର୍ଷ କାଳ ମାନ୍ୟବର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇ ଜନାଭିମୁଖୀ ଯୋଜନା କାର୍ଯ୍ୟକାରୀ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିବାରୁ ଉପସ୍ଥିତ କର୍ମୀ ମାନଙ୍କ ଦ୍ଵାରା ସମ୍ଭବ ହୋଇପାରିଥିବାରୁ କର୍ମୀ ଙ୍କୁ ଶ୍ରେୟ ଦେଇଥିଲେ । ସେଠାରୁ ନିକଟସ୍ଥ ତାରାତାରିଣୀ ମନ୍ଦିର ନିରୂପମା ହୋଟେଲ ପରିସରରେ ବ୍ଲକକର୍ମୀ ମାନଙ୍କୁ ନେଇ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ମାନ୍ୟବର ବିଧାୟିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉପସ୍ଥିତ କର୍ମୀ ମାନଙ୍କୁ ସମ୍ବୋଧନ କରିଥିଲେ । ଏଲ ଇ ଡି ମାଧ୍ୟମରେ ପଦର୍ଶିତ ପ୍ରତିଷ୍ଠା ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦବୋଧନ କୁ ଶୁଣିଥିଲେ । ଏଥିରେ ବ୍ଲକ ବିଜେଡି ସଭାପତି ଗୋପାଳ ମହାନ୍ତି, ବଉରିବନ୍ଧୁ ପଣ୍ଡା, ସୀତାରମ ପାଣିଗ୍ରାହୀ, ସୂର୍ଯ୍ୟନାରାୟନ ପଣ୍ଡା, ବବିତା ରାଉଳଙ୍କ ସହ ପ୍ରତି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଶହ ଶହ କର୍ମୀ ଯୋଗ ଦେଇ ପ୍ରତିଷ୍ଠା ଦିବସକୁ ପାଳନ କରିଥିଲେ ଏହି ଅବସରରେ ହାଣ୍ଡିଘର ପଞ୍ଚାୟତର ବିଜେପି ନେତା ବିପିନି ଚନ୍ଦ୍ର ମହାପାତ୍ର ନବୀନ ପଟ୍ଟନାୟକଙ୍କ ବିକାଶ ମୁଖୀ କ୍ରାଯ୍ୟକ୍ରମରେ ମ୍ରିୟମାଣ ହୋଇ ବିଜେଡି ଦଳରେ ସାମିଲ ହୋଇଥିଲେ ।

related posts

Leave a Comment