Home Breaking News / ତାଜା ଖବର ଗୁଡ଼ିମାଞ୍ଜସୁତା ଲାଗି ଯୁବକ ମୃତ୍ୟୁ

ଗୁଡ଼ିମାଞ୍ଜସୁତା ଲାଗି ଯୁବକ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ଜଗତପୁର ଥାନା ପୀରବଜାର ଠାରେ ଆଜି ଅପରାହ୍ନ ସମୟରେ ଘୁଡି ମାଞ୍ଜାସୁତା ବେକରେ ଲାଗି ଯୁବକଙ୍କ ର ମୃତ୍ୟୁ, ମୃତ୍ୟୁ ଯୁବକ ହେଲେ ଜଗତପୁର ଭୟରପୁର ଗାଁ ର ଜୟନ୍ତ ସାମଲ। ଯୁବକ ଜଣକ ବାଇକ ଯୋଗେ ତାଙ୍କ ଶ୍ୱଶୁର ଘରକୁ ସ୍ତ୍ରୀ ଙ୍କୁ ନେଇ ଯିବା ବେଳେ ଘଟିଥିଲା ଏହି ଅଘଟଣ। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ଏସସିବି ମେଡିକାଲ କୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ଜୟନ୍ତ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୂଚନା ଥାଉ କି ଜୟନ୍ତ ଙ୍କ ବିବାହ ଛଅମାସ ହେବ ହୋଇଥିଲା ସବୁ ଠାରୁ ବଡ଼ କଥା ହେଲା ମାଞ୍ଜାସୂତା କୁ ସରକାର ବ୍ୟାନ୍ କରିଥିବା ବେଳେ କିଭଳି ଏହି ମାଜ୍ଞା ସୁତା ବ୍ୟବହାର କରି ଗୁଡ଼ି ଉଡା ଯାଉଥିଲା ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ପରିବାର ପକ୍ଷରୁ ଏନେଇ ଜଗତପୁର ଥାନା ରେ ଏତଲା କରାଯାଇଛି। ପୋଲିସ ଏହି ଘଟଣାକୁ ଗୁରୁତ୍ବ ସହ ନେଇ ତୁରନ୍ତ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି। ପ୍ରକାଶ ଥାଉକି କିଛି ବର୍ଷ ତଳେ କଟକ ରେ ଏଭଳି ଅଘଟଣ ହେବାରୁ, ଗୁଡ଼ି ଉଠାଇଲା ବେଳେ ମାଞ୍ଜା ସୂତା ବ୍ୟବହାର ନକରି ସାଦା ସୂତାରେ ଗୁଡ଼ି ଉଡାଇବା ପାଇଁ ଆଇନି ପ୍ରଣୟନ ହୋଇଥିଲେ ମଧ୍ୟ ଆଜି ତାର ବ୍ୟତିକ୍ରମ ଦେଖିବାକୁ ମିଳିଲା। ଖାଲି ଆଇନି ତିଆରି କରିଦେଲେ ହେବନାହିଁ,ଆଇନି କେତେ କାର୍ଯ୍ୟକାରୀ ହେଉଛି ତାହା ଉପରେ ଯଦି ପୋଲିସ ପ୍ରଶାସନ ଦୃଷ୍ଟି ରଖି ଥାଆନ୍ତା ତେବେ ଆଜି ଜଣେ ଯୁବକଙ୍କ ଜୀବନ ଅକାଳରେ ଚାଲି ଯାଇନଥାନ୍ତା।

related posts

Leave a Comment