Home Breaking News / ତାଜା ଖବର କୋଭିଡ ଟୀକାର ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ରହିବ କେତେ ମାସ ବ୍ୟବଧାନ ?…

କୋଭିଡ ଟୀକାର ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ରହିବ କେତେ ମାସ ବ୍ୟବଧାନ ?…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୨୬/୧୨  :  ଭାରତରେ କୋଭିଡର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ ଭିତରେ ୯ରୁ ୧୨ ମାସ ଭିତରେ ବ୍ୟବଧାନ ରହିବ। ରବିବାର ଦିନ ଏକ ବିଶେଷ ସୂତ୍ରରୁ ଏହି ସୁଚନା ମିଳିଛି। ସୂତ୍ର ମୁତାବକ କୋଭିସିଲ୍ଡ ଓ କୋଭାକ୍ସିନର ତୃତୀୟ ଡୋଜ ବା ବୁଷ୍ଟର ଡୋଜ ଭିତରେ ସମୟ ବ୍ୟବଧାନ ସ୍ଥିର କରିବା ପାଇଁ ଏବେ ବିଚାର ବିମର୍ଶ ଚାଲିଛି । ଖୁବ ଶୀଘ୍ର ଏନେଇ ଶେଷ ନିଷ୍ପତ୍ତି ନିଆଯିବ।

ବର୍ତ୍ତମାନ ଦେଶରେ ଓମିକ୍ରନ ସଙ୍କଟ ବଢ଼ୁଛି। ଶନିବାର ଦିନ ପ୍ରଧାନମନ୍ତ୍ରୀ ରାତିରେ ଘୋଷଣା କରିଛନ୍ତି ଜାନୁଆରି ୩ ତାରିଖରୁ ୧୫ ରୁ ୧୮ ବର୍ଷ ପିଲାମାନଙ୍କୁ ଟୀକାକରଣ ଆରମ୍ଭ କରାଯିବ। ସେହିପରି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମିମାନଙ୍କୁ  ଜାନୁଆରି ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଜିବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ୬୦ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଯେଉଁମାନେ ଗମ୍ଭିର ରୋଗରେ ପିଡ଼ୀତ ଥିବେ ସେମାନେ ଡାକ୍ତରଙ୍କ ପରାମର୍ଶରେ ବୁଷ୍ଟର ଡୋଜ ଟୀକା ନେଇ ପାରିବେ। ସେମାନଙ୍କ ଟୀକାକରଣ ମଧ୍ୟ ଜାନୁଆରି ଆସନ୍ତା ୧୦ରୁ ଆରମ୍ଭ ହେବ। ପ୍ରିକସନ ଡୋଜର ଅର୍ଥ କୋଭିଡ ଟୀକାର ତୃତୀୟ ଡୋଜ ।

related posts

Leave a Comment