Home Breaking News / ତାଜା ଖବର ବାଲପୁର ନେତାଜୀ ପାଠାଗାର କର୍ମକର୍ତ୍ତା ଏବଂ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ୯ ଜଣ ମହିଲା ସମେତ ୩୧ ୟୁନିଟ ରକ୍ତ ସଂଗୃହୀତ

ବାଲପୁର ନେତାଜୀ ପାଠାଗାର କର୍ମକର୍ତ୍ତା ଏବଂ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ୯ ଜଣ ମହିଲା ସମେତ ୩୧ ୟୁନିଟ ରକ୍ତ ସଂଗୃହୀତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା- ୨୬-୧୨ ରକ୍ତଦାନ ଠାରୁ ମହତ ଦାନ କିଛି ନାହିଁ । ମଣିଷ ରକ୍ତ ମଣିଷ କୁ ଜୀବନ ଦେଇଥାଏ। ଏଣୁ ପ୍ରତ୍ୟକ ଗ୍ରାମ ମାନଙ୍କରେ ଯୁବକ ,ଯୁବତି ଆଗେଇ ଆସି ରକ୍ତ ଦାନ କାର୍ଯ୍ୟକ୍ରମ ହାତକୁ ନେଇ ଅନ୍ତ ପକ୍ଷେ ବର୍ଷକ ମଧ୍ୟରେ ପ୍ରତ୍ୟକ ଗ୍ରାମରେ ଗୋଟିଏ ରକ୍ତ ଦାନ ଶିବିର କରି ରାଜ୍ୟରେ ଥିବା ରକ୍ତର ଅଭାବ ଦୂର କରି ପାରିବ ବୋଲି ସୋନପୁର ଜିଲ୍ଲା ଛକୋରମାଲ ପଞ୍ଚାୟତ ବାଲପୁର ନେତାଜୀ ପାଠାଗାର କମିଟି ଓ ଆମ ଓଡ଼ିଶା ଓ ସମ୍ବାଦ ମିଲିତ ଅନୁକୂଲ୍ୟରେ ବାଲପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଅତିଥି ଗଣ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ ା ସୋନପୁର ଜିଲ୍ଳା ଛକୋରମାଳ ପଞ୍ଚାୟତ ବାଲପୁର ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଟିତ ରକ୍ତଦାନ ଶିବିରରେ ୯ ଜଣ ମହିଲା ସମେତ ୩୧ ଜଣ ରକ୍ତ ଦାନ କରିଥିଲେ ା ନେତାଜି କ୍ଳବ ସଭାପତି ତ୍ରିଲୋଚନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନା ସଭାରେ ଛକୋରମାଳ ପଞ୍ଚାୟତ ସରପଞ୍ଚ ଶଙ୍କର ପ୍ରସାଦ ସା ମୂଖ୍ୟଅତିଥି ଭିମସାର ରକ୍ତ ଭଣ୍ଡାର ଡ଼ା ଦ୍ବୈନତ ପ୍ରକାଶ ପୁଟେଲ ମଖ୍ୟବକ୍ତା, ଶିକ୍ଷକ ଯୋଗିନ୍ଦ୍ର ପଧାନ , ଉଲୁଣ୍ଡା ବ୍ଳକ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଅଜସ୍ବୀ ତାଣ୍ଡି ,ଶିକ୍ଷକ ସଞ୍ଜୟ ଧରୁଆ , ନେତାଜୀ ପାଠାଗାର କମିଟି ସମ୍ପାଦକ ସୁଶାନ୍ତ ସା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ରକ୍ତଦାନ ଶିବର କୁ ଉଦଘାଟନ କରି ନେତାଜି ସୁଭାଷ ଚନ୍ଦ୍ର ବୋଷ ଓ ଯୁବ ସମାଜ ସେବି ,ରକ୍ତଦାତା,କଳାକାରା ,ଅଭିନେତା ଅଭିଜିତ ପୂଜାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ,ଧୁବ ଦିପ ଅର୍ପଣକରି ଥିଲେ ା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବାପାଇଁ ସମ୍ବାଦ ଆମଓଡ଼ିଶା ମାନ ପତ୍ର ଅତିଥି ମାନଙ୍କ ଦ୍ବାରା ବଣ୍ଟନ କରିଥିଲେ ା
ବାଲପୁର ନେତାଜୀ ପାଠାଗାର କମିଟି ଉପସଭାପତି ବିକାଶ ଜେନା ଧନ୍ୟବାଦ ଦେଇଥିଲେ ା ଏଥିରେ,ସଂଗ୍ରାମ ପଧାନ ସୁଧୀର ମେହେର,ଅରବିନ୍ଦ ମେହେର, ବୁଦ୍ଧଦେବ ସାହୁ, ସୁଶାନ୍ତ ସାହୁ ,ଅରୁଣ ପଧାନ , ସମିର ଜାଲ ,ବୃନ୍ଦାବତୀ ସାହୁ, ଶାନ୍ତି ସେଠ୍ ,ସୁରତି ବରାଟ , ତ୍ରୀଜଟା ସାହୁ , ସନ୍ତୋଷିନୀ ସେନାପତି ,ବୃନ୍ଦାବତୀ ମାଝୀ , ଶଶି ଭୂଏ , ତପ ନାଏକ , ଯୁଲୁଣ୍ଡା ପ୍ରକାଶ ସାହୁ, ଶିକ୍ଷକ ଭୂବନେଶ୍ବର ପଧାନ , ଗଣପତି କ୍ଳବ ଚ୍ୟାରମେନ ନିଲମଣୀ ସାହୁ , ପିୟ ରଞ୍ଜନ ହୋତା , ହର୍ଷିତ ପତି , ବିନିକା ବ୍ଳକ ସମ୍ବାଦ ଆମ ଓଡ଼ିଶା ସଂଯୋଜକ ଅକ୍ଷୟ କୁମାର ପୂଜାହାରୀ ପ୍ରମୁଖ ଉପସ୍ତିତ ଥିଲେ ା ବାଲପୁର ନେତାଜୀ ପାଠାଗାର ସମସ୍ତ କର୍ମକତ୍ତା ସହଯୋଗ କରିଥିଲେ ା
ବୁଲ୍ଲା ଭିମସାର ରକ୍ତ ଭଣ୍ଡାର କରୁଣାକର ସାହୁ, ମୋଟିଭେଟର ଲାଲୁ ବିଶ୍ବାଲ, ଗଣେଷ ଚନ୍ଦ୍ର ପଧାନ ,ଶ୍ରୀକାନ୍ତ ସ୍ବାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ା ସୁଚନା ଯୋଗ୍ୟ ବିନିକା ବ୍ଳକ ସମ୍ବାଦ ଓ ଆମ ଓଡ଼ିଶା ସଂଯୋଜକ ଅକ୍ଷୟ କୁମାର ପୂଜାହାରୀ ଙ୍କ ନେତୃତ୍ବରେ ଚଳିତବର୍ଷ ୨୦୨୧ରେ ୧୧ ଟି ରକ୍ତଦାନ ଶିବର ଆୟୋଜନ କରା ହୋଇଛି ା

related posts

Leave a Comment