Home Breaking News / ତାଜା ଖବର ବାସୁଦେବପୁରରେ 25 ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ବାସୁଦେବପୁରରେ 25 ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁରରେ 25 ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଆଜି ଅପରାହ୍ନ ସମୟରେ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ବାସୁଦେବପୁର ଯାଦବ ପଡିଆରେ ଏକତ୍ରିତ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏବଂ ଭଦ୍ରକ ସାଂସଦ ଯୋଗ ଦେଇଥିଲେ l କିନ୍ତୁ ଆଶ୍ଚର୍ଯ୍ୟ କଥା ଏହା ଯେ ନେତା କି କର୍ମୀ କାହାରି ବାସୁଦେବପୁରରେ 25 ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଆଜି ଅପରାହ୍ନ 3 ଘଟିକା ସମୟରେ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ବାସୁଦେବପୁର ଯାଦବ ପଡିଆରେ ଏକତ୍ରିତ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗ ଦେଇଥିଲେ l କିନ୍ତୁ ଆଶ୍ଚର୍ଯ୍ୟ କଥା ଏହା ଯେ ନେତା କି କର୍ମୀ କାହାରି ମୁହଁରେ ମାସ୍କ ନଥିଲା l ଏହି କାର୍ଯ୍ୟକ୍ରମ ରେ କରୋନା ନିୟମକୁ ସମ୍ପୂର୍ଣ ରୂପେ ଉଲଂଘନ କରାଯାଇଥିଲା l ଏବେ ସାରା ବିଶ୍ୱରେ ଓମିକ୍ରୋନ ଭାଇରସ ଭୟ ଘାରିଥିଲା ବେଳେ ଏଥି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ଼ ଲାଇନ ତିଆରି କରିଛନ୍ତି l କିନ୍ତୁ ଏହି ନିୟମକୁ ବିଜୁ ଜନତା ଦଳର କର୍ମୀ ଏବଂ ଖୋଦ ବିଧାୟକ ବେଖାତିର କରୁଥିବର ଆଶ୍ଚର୍ଯ୍ୟ ଜନକ ଚିତ୍ର ଦେଖିବାକୁ ମିଳିଛି ବାସୁଦେବପୁରରେ l ଯଦି ସରକାରୀ ଦଳର ବିଧାୟକ ନିୟମକୁ ବେଖାତିର କରନ୍ତି ଏବଂ ହଜାର ହଜାର କର୍ମୀ ସମାବେଶ କରି ଏପରି ଏକ ମହାମାରୀ ସମୟରେ ଏମିତି ସଭା ସମିତି କରନ୍ତି ତେବେ ଓମିକ୍ରୋନ ସଂକ୍ରମଣ ବ୍ୟାପିବାରୁ ସ୍ୱୟଂ ଭଗବାନ ଆସିଲେ ମଧ୍ୟ ରକ୍ଷା କରିପାରିବେ ନାହିଁ l ଯଦି ବିଧାୟକ ନିୟମ ନ ମାନିବେ ତାହେଲେ ସାଧାରଣ ଲୋକ ମାନେ ମାନିବେ କିପରି ? ଆଗାମୀ ପଂଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ ଏଭଳି ବିଶାଳ ସମାବେଶ କରିଥିବା ନେଇ ଶୁଣା ଯାଉଛି lମୁହଁରେ ମାସ୍କ ନଥିଲା l ଏହି କାର୍ଯ୍ୟକ୍ରମ ରେ କରୋନା ନିୟମକୁ ସମ୍ପୂର୍ଣ ରୂପେ ଉଲଂଘନ କରାଯାଇଥିଲା l ଏବେ ସାରା ବିଶ୍ୱରେ ଓମିକ୍ରୋନ ଭାଇରସ ଭୟ ଘାରିଥିଲା ବେଳେ ଏଥି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ଼ ଲାଇନ ତିଆରି କରିଛନ୍ତି l କିନ୍ତୁ ଏହି ନିୟମକୁ ବିଜୁ ଜନତା ଦଳର କର୍ମୀ ଏବଂ ଖୋଦ ବିଧାୟକ ବେଖାତିର କରୁଥିବର ଆଶ୍ଚର୍ଯ୍ୟ ଜନକ ଚିତ୍ର ଦେଖିବାକୁ ମିଳିଛି ବାସୁଦେବପୁରରେ l ଯଦି ସରକାରୀ ଦଳର ବିଧାୟକ ନିୟମକୁ ବେଖାତିର କରନ୍ତି ଏବଂ ହଜାର ହଜାର କର୍ମୀ ସମାବେଶ କରି ଏପରି ଏକ ମହାମାରୀ ସମୟରେ ଏମିତି ସଭା ସମିତି କରନ୍ତି ତେବେ ଓମିକ୍ରୋନ ସଂକ୍ରମଣ ବ୍ୟାପିବାରୁ ସ୍ୱୟଂ ଭଗବାନ ଆସିଲେ ମଧ୍ୟ ରକ୍ଷା କରିପାରିବେ ନାହିଁ l ଯଦି ବିଧାୟକ ନିୟମ ନ ମାନିବେ ତାହେଲେ ସାଧାରଣ ଲୋକ ମାନେ ମାନିବେ କିପରି ? ଆଗାମୀ ପଂଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ ଏଭଳି ବିଶାଳ ସମାବେଶ କରିଥିବା ନେଇ ଶୁଣା ଯାଉଛି l

related posts

Leave a Comment