Home Breaking News / ତାଜା ଖବର ୧୯୮୩ ବିଶ୍ୱକପର ଅଭୁଲା କାହାଣୀ : ଭାରତର ଏକମାତ୍ର ଆଗ୍ଲୋଇଣ୍ଡିଆନ୍ ଖେଳାଳି ଅଷ୍ଟ୍ରେଲିଆ ବିରୋଧରେ କମାଲ କରିଥିଲେ, ଜାଣନ୍ତୁ କିଏ ସେ ?

୧୯୮୩ ବିଶ୍ୱକପର ଅଭୁଲା କାହାଣୀ : ଭାରତର ଏକମାତ୍ର ଆଗ୍ଲୋଇଣ୍ଡିଆନ୍ ଖେଳାଳି ଅଷ୍ଟ୍ରେଲିଆ ବିରୋଧରେ କମାଲ କରିଥିଲେ, ଜାଣନ୍ତୁ କିଏ ସେ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତମାନ ପରଦାରେ ବଡ ଧମାଲ କରୁଛି ୧୯୮୩ ମସିହା ବିଶ୍ୱକପ୍ ବିଜୟ କାହାଣୀକୁ ନେଇ ମୁଭି ୮୩ । ଏହି ସମୟରେ ବିଶ୍ୱକପ୍ ବିଜୟର ଅନେକ କାହାଣୀ ସାମ୍ନାକୁ ଆସୁଛି । ଆଜି ଆମେ ଏମିତି ଏକ ଦମଦାର କାହାଣୀ ଆପଣଙ୍କ ସାମ୍ନାରେ ରଖିବୁ । ଯିଏ କି ଭାରତୀୟ ଟିମର ଥିଲେ ଜଣେ ଆଙ୍ଗଲୋ ଇଣ୍ଡିଆନ୍ ଖେଳାଳି, କିନ୍ତୁ କଙ୍ଗାରୁ ଦଳକୁ ମାଟି ଚଟେଇ ଦେଇଥିଲେ । ଆଉ ବିଶ୍ୱକପ୍ ବିଜୟ ଆଡକୁ ଆଉ ପାଦେ ବଢିଥିଲା ଭାରତ ।
୧୯୮୩ ବିଶ୍ୱକପରେ ସବୁଠାରୁ ବଡ କଥା ହେଉଛି କୌଣସି ଜଣେ ଖେଳାଳିଙ୍କ ଉପରେ ନିର୍ଭର କରି ଦଳ ବିଜୟ ହାସଲ କରୁନଥିଲା । ପ୍ରତ୍ୟକ ବିଜୟ ପାଇଁ ଦଳକୁ ମିଳୁଥିଲା ଜଣେ ଜଣେ ନୂଆ ଚାମ୍ପିଅନ୍ ଖେଳାଳି , ଯିଏ ଦଳକୁ କଠୋର ସ୍ଥିତିରେ ବାଟ କାଢି ବିଜୟ ଦେଇ ଦେଉଥିଲେ । ଯେମିତି ଜିମ୍ୱାୱେ ବିରୋଧରେ କପିଲ ଦେବ ଖେଳିଥିଲେ ୧୭୫ ରନର ଐତିହାସିକ ମ୍ୟାଚ ବିଜୟୀ ଇନିଂସ । ଏହି ମ୍ୟାଚ ଜିତିବା ପରେ ଭାରତୀୟ ଦଳର ମନୋବଳ ବଢି ଯାଇଥିଲା ।
ଜିମ୍ୱାୱେ ବିରୋଧରେ ବିଜୟ ପରେ ଭାରତର ଆଗାମୀ ମ୍ୟାଚ ରହିଥିଲା ଅଷ୍ଟ୍ରେଲିଆ ବିରୋଧରେ । ୧୯୭୫ ର ବିଶ୍ୱକପ ରନର୍ସ ଅପ୍ ଦଳ ଥିଲା ଅଷ୍ଟ୍ରେଲିଆ । ତେଣୁ ଏହି ଦଳକୁ ହରାଇବା ଏତେ ସହଜ ନଥିଲା । ସେପଟେ ଅଷ୍ଟ୍ରେଲିଆ ଆଗରେ ବଡ ସୁଯୋଗ ରହିଥିଲା, ଭାରତକୁ ପରାସ୍ତ କଲେ ଏହା ସେମି ଫାଇନାଲରେ ପ୍ରବେଶ କରିବ । ହେଲେ ସେଦିନ କାହାଣି କିଛି ଭିନ୍ନ ହୋଇଥିଲା ।
ଏହି ମ୍ୟାଚରେ ଭାରତର ବିଜୟ ହୋଇଥିଲା । ଆଉ ବିଶ୍ୱକପରେ ସବୁ ମ୍ୟାଚ ପରି ଏହି ମ୍ୟାଚର ହିରୋ ବନିଥିଲେ ଅଲରାଉଣ୍ଡର ରୋଜର ବିନ୍ନି । ଦଳରେ ସାମିଲ ଏକମାତ୍ର ଆଙ୍ଗଲୋ ଇଣ୍ଡିଆନ୍ ଖେଳାଳି ଥିଲେ ସେ । ବୋଲିଂ ଏବଂ ବ୍ୟାଟିଂ ଉଭୟରେ କମାଲ କରିପାରୁଥିଲେ । ଏହି ମ୍ୟାଚରେ ଭାରତର ଓପନିଂ ସେତେ ଖାସ୍ ନଥିଲା । ସୁନୀଲ ଗାଭାସ୍କର କ୍ରମାଗତ ବିଫଳ ହୋଇଥିଲେ । ଗାଭାସ୍କରଙ୍କ ପରେ ଅନ୍ୟ ଖେଳାଳି ମଧ୍ୟ କଙ୍ଗାରୁ ବୋଲରଙ୍କ ଆଗରେ ଭଲ କରିପାରିନଥିଲେ । ଭାରତ ପକ୍ଷରୁ ଯଶପାଲ ଶର୍ମା ସବୁଠାରୁ ଅଧିକ ୪୦ ରନ୍ ସ୍କୋର କରିଥିଲେ । ରୋଜର ବିନ୍ନି ୨୧ ରନ୍ ସ୍କୋର କରିବା ପରେ ଦଳ ନିର୍ଧାରିତ ଓଭରରେ ୨୪୭ ରନ୍ କରିଥିଲା । ଏହା ପରେ ଆରମ୍ଭ ହୋଇଥିଲା ଅସଲ ଖେଳ , ଯେତେବେଳେ ଭାରତୀୟ ବୋଲର ଅଷ୍ଟ୍ରେଲିଆ ବିରୋଧରେ ବୋଲିଂ କରିବାକୁ ପଡିଆକୁ ଆସିଲେ ।

  • ଭାରତୀୟ ଦଳ ଆରମ୍ଭରୁ ଅଷ୍ଟ୍ରେଲିଆକୁ ଝଟକା ଦେଲା
  • ଟ୍ରେଭର ଚାପେଲଙ୍କ ୱିକେଟ ପ୍ରଥମରୁ ମିଳିଯାଇଥିଲା
  • ଏହା ପରେ ଖେଳ ଦେଖାଇଥିଲେ ରୋଜର ବିନ୍ନି
  • ରୋଜର ବିନ୍ନି ୮ ଓଭରରେ ୨୯ ରନ୍ ଦେଇ ୪ ୱିକେଟ ଦଖଲ କଲେ
  • ଗ୍ରାହାମ ଉଡ୍‌, ଗ୍ରାହାମ ୟେଲୋପ, କ୍ୟାପଟେନ ଡେଭିଡ ହୁକ୍ସ ଓ ଟମ ହୋଗାନଙ୍କୁ ଆଉଟ କଲେ ରୋଜର ବିନ୍ନି
    ଆଜି ଭାରତୀୟ ଦଳ ଯେଉଁ ଦ୍ରୁତ ବୋଲିଂ ସହ ଅଲରାଉଣ୍ଡର ଖୋଜୁଛି, ସେତେବେଳେ ରୋଜର ବିନ୍ନିଙ୍କ ନିକଟରେ ସବୁକିଛି ଥିଲା । ତାଙ୍କର ସ୍ୱିଙ୍ଗ ବୁଝିବାକୁ ବିଦେଶୀ ଖେଳାଳି ସଫଳ ହେଉନଥିଲେ । ବ୍ୟାଟିଂରେ ଓପନିଂ ହେଉ କି ମଧ୍ୟକ୍ରମ କୌଣସି ସ୍ଥାନରେ ସେ ପୁରା ଫିଟ୍ ହୋଇଯାଉଥିଲେ ।
  • ୧୯୮୩ ବିଶ୍ୱକପରେ ରୋଜର ବିନ୍ନି ସବୁଠାରୁ ଅଧିକ ୱିକେଟ ନେଇଥିଲେ
  • ୧୯୮୩ ବିଶ୍ୱକପରେ ବିନ୍ନିଙ୍କୁ ମିଳିଥିଲା ୧୮ ୱିକେଟ
  • ରୋଜର ବିନ୍ନିଙ୍କ ପରେ ମଦନ ଲାଲଙ୍କ ନାଁରେ ଥିଲା ୧୭ ୱିକେଟ

ଜିମ୍ୱାୱେ ଏବଂ ଅଷ୍ଟ୍ରେଲିଆ ବିରୋଧରେ କ୍ରମାଗତ ବିଜୟ ପରେ ୧୯୮୩ ବିଶ୍ୱକପରେ ଭାରତୀୟ ଦଳର ମନୋବଳ ବଢି ଯାଇଥିଲା । ଅଷ୍ଟ୍ରେଲିଆ ବିରୋଧରେ ରୋଜର ବିନ୍ନିଙ୍କ ସଫଳତା ହିଁ ଦଳକୁ ଆଗକୁ ବଢିବାରେ ବେଶ୍ ସହାୟତା କରିଥିଲା । ଆଜି ମଧ୍ୟ କ୍ରିକେଟ ବିଶେଷଜ୍ଞ ଏହି ମହାନ୍ ଅଲରାଉଣ୍ଡରଙ୍କ ଭୂମିକାକୁ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ ।

related posts

Leave a Comment