Home Breaking News / ତାଜା ଖବର ମୃତ୍ୟୁର ଜନ୍ତା ତିହାଡ ଜେଲ, ପୁଣି ଜଣେ କଏଦୀର ମୃତ୍ୟୁ, ୮ ଦିନରେ ଗଲାଣି ୫ କଏଦୀଙ୍କ ଜୀବନ

ମୃତ୍ୟୁର ଜନ୍ତା ତିହାଡ ଜେଲ, ପୁଣି ଜଣେ କଏଦୀର ମୃତ୍ୟୁ, ୮ ଦିନରେ ଗଲାଣି ୫ କଏଦୀଙ୍କ ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦିଲ୍ଲୀର ତିହାଡ ଜେଲ ବର୍ତମାନ କଏଦୀଙ୍କ ପାଇଁ ମୃତ୍ୟୁର ଜନ୍ତା ପାଲଟିବାକୁ ଗଲାଣି । ଦିଲ୍ଲୀ ପୋଲିସ ସୂଚନା ଅନୁସାରେ ଶୁକ୍ରବାର ଆଉ ଜଣେ କଏଦୀ ଆଖି ବୁଜିଛନ୍ତି । ସୂଚନା ଅନୁସାରେ ମୃତ କଏଦୀଙ୍କ ଶରୀର ଅସୁସ୍ଥ ଥିଲା । ତେବେ ସିଆରପିସି ଧାରା ୧୭୬ ଅନୁସାରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଏହି ଘଟଣାର ମାଜିଷ୍ଟ୍ରେଟ୍ ଯାଂଚ ଚାଲିଛି । ତିହାଡ ଜେଲରେ ଗତ ୮ ଦିନରେ ୫ ଜଣ କଏଦୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଲାଣି ।
ଦିଲ୍ଲୀର ଜେଲ ଡିଜିଙ୍କ କହିବା ଅନୁସାରେ ଏହି ୫ ମୃତ କଏଦୀ ବିଭିନ୍ନ କାରାଗାର କକ୍ଷରୁ ଅଛନ୍ତି । କୌଣସି କଏଦୀଙ୍କ ମୃତ୍ୟୁ ସହିତ ହିଂସାର ସଂପର୍କ ନାହିଁ । ସମସ୍ତଙ୍କର ମୃତ୍ୟୁର କାରଣ ବହୁ ପୁରୁଣା ଶାରୀରିକ ଅସୁସ୍ଥତା ଏବଂ ରୋଗ । ନିୟମ ଅନୁସାରେ ତିହାର ଜେଲର ପ୍ରତ୍ୟକ ମୃତ କଏଦୀଙ୍କ ଯାଂଚ ମାଜିଷ୍ଟ୍ରେଟଙ୍କ ଜରିଆରେ କରାଯିବ । ସମସ୍ତଙ୍କର ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ।

related posts

Leave a Comment