Home Breaking News / ତାଜା ଖବର ବୀରମହାରାଜପୁର ଠାରେ ସୁବଣ୍ଣପୁର ଜିଲ୍ଲା ସ୍ତରୀୟ ଦୁଇଦିନିଆ ବକସିନ୍ ତାଲିମ ଶିବିର, ଭାଗନେଲେ ୪୦ ଛାତ୍ର ଛାତ୍ରୀ

ବୀରମହାରାଜପୁର ଠାରେ ସୁବଣ୍ଣପୁର ଜିଲ୍ଲା ସ୍ତରୀୟ ଦୁଇଦିନିଆ ବକସିନ୍ ତାଲିମ ଶିବିର, ଭାଗନେଲେ ୪୦ ଛାତ୍ର ଛାତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର ୨୫/୧୨ ସୁବଣ୍ଣପୁର ଜିଲ୍ଲା ବୀରମହାରାଜପୁର ମେଳଣ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଦୁଇଦିନିଆ ବକସିନ୍ ତାଲିମ ଶିବିର ଶନିବାର ଦିନ ଇଦଘାଟିତ ହୋଇଯାଇଛି । ଶନିବାର ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ମସାଲ ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ ପହଞ୍ଚିଥିଲା । ଏହାପରେ ଉଦ୍ଘାଟନୀ ପର୍ବ ଆରମ୍ଭ ହୋଇଥିଲା ।ସୁବଣ୍ଣପୁର ଜିଲ୍ଲା ବକସିନ୍  ଆସୋସିଏସନ ର ସଭାପତି ରାମକୁମ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ବୀରମହାରାଜପୁର ଠାରେ ବକସିନ୍ ଖେଳ ପାଇଁ ଛାତ୍ର ଛାତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି ଏଣୁ ଆୟୋଜନ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇବା ସହତି ଛାତ୍ର ଛାତ୍ରୀ ମାନେ ରାଜ୍ୟ ତଥା ଦେଶପାଇଁ ସୁନାମ ଆଣିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ଯୁଗଳ କିଶୋର ମିଶ୍ର, ଅଧ୍ୟାପକ କିଶୋର କୁମାର ସାହୁ, ବାଗବର ସରପଞ୍ଚ ବ୍ୟୋମୋକେସ ପଣ୍ଡା ଓ ଭାରତୀୟ ସେନା ବାହିନିର ପୂର୍ବ ତନ କୋଚ୍ ମସୁଦ୍ ଆଲାମ୍ ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ  ପ୍ରଦାନ କରିଥିଲେ ।କାର୍ଯ୍ୟ କ୍ରମରେ ସ୍ବାଗତିକା ଭାଷଣ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଶିକ୍ଷକ ଗିରିଜା ଶଙ୍କର ପଣ୍ଡା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବ୍ୟୋମୋକେସ ପଣ୍ଡା ।ଏହାପରେ ଦୁଇଦିନିଆ ବକସିନ୍ ତାଲିମ୍ ଶିବିର ଭାରତୀୟ ସେନା ବାହିନିର ପୂର୍ବ ତନ କୋଚ୍ ମସୁଦ୍ ଆଲାମ୍ ଶିବିରାର୍ଥି ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଏହି ତାଲିମ୍  ଶିବିରରେ  ୪୦ ଜଣ ଛାତ୍ରଛାତ୍ରୀ ଅ୦ସ ଗ୍ରହଣ କରିଛନ୍ତି ।  ଏହି ଦୁଇ ଦିନିଆ ତାଲିମ୍ ଶିବିରରେ ଅନୁଷ୍ଠାନ ତରଫରୁ ପିତବାସ ଶତପଥୀ, ଦିପଙ୍କର ପଣ୍ଡା, ରାମେଶ୍ୱର ମେହେର, ଗୋକୁଳାନନ୍ଦ ନାଏକ, କୃତିବାସ ଶତପଥୀ, ବ୍ରଜଗୋପାଲ ପଣ୍ଡା, ରାଜେସ କୁମାର ମେଣ୍ଡିଲି,ପପୁନ ମେହେର ପ୍ରମୁଖ ସହାୟତା କରିଥିଲେ ।  

related posts

Leave a Comment