Home Breaking News / ତାଜା ଖବର ଓମିକ୍ରନ୍ ଭୟ ମଧ୍ୟରେ ୧୦ ରାଜ୍ୟ ଯିବ କେନ୍ଦ୍ରୀୟ ଟିମ୍

ଓମିକ୍ରନ୍ ଭୟ ମଧ୍ୟରେ ୧୦ ରାଜ୍ୟ ଯିବ କେନ୍ଦ୍ରୀୟ ଟିମ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୨୫/୧୨: ସାରା ଦେଶରେ ଓମିକ୍ରନ ନେଇ ବଢିଲାଣି ବିପଦ । ଏନେଇ ଆଲର୍ଟରେ କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସ୍ଥିତି ସମୀକ୍ଷା ଲାଗି ୧୦ଟି ରାଜ୍ୟ ଗସ୍ତ କରିବେ କେନ୍ଦ୍ରୀୟ ଟିମ । ଯେଉଁଠାରେ ଓମିକ୍ରନ୍ ଏବଂ କୋଭିଡ-19 ମାମଲାରେ ବୃଦ୍ଧି ଘଟୁଛି କିମ୍ବା ଟିକାକରଣ ଗତି ମନ୍ଥର ରହିଛି । ଏସବୁ ସ୍ଥାନ ପରିଦର୍ଶନ କରିବ ଟିମ୍ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୧୦ ରାଜ୍ୟ ତାଲିକାରେ କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଝଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଅନ୍ତର୍ଭୁକ୍ତ ଅଛି । ଆସନ୍ତା ବର୍ଷ ଆରମ୍ଭରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଅଛି । ଏହାକୁ ଦୃଷ୍ଟିରେ ରଖି ଟିମର ଗସ୍ତ ରଖାଯାଇଛି । ତିନିରୁ ପାଞ୍ଚ ଦିନ ଗସ୍ତରେ ଯିବ ଏହି ଟିମ୍ ।

ଟିମ୍ ପ୍ରତି ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ COVID ସ୍ଥିତି ନେଇ ଆଲୋଚନା କରିବ । ଏହାସହ କେନ୍ଦ୍ରୀୟ ଟିମ୍ ପ୍ରତ୍ୟେକ ରାଜ୍ୟରେ କୋଭିଡ ଟୀକାକରଣର ଅଗ୍ରଗତି ଯାଞ୍ଚ କରିବେ । ସେହିଭଳି ଡାକ୍ତରଖାନାରେ ଶଯ୍ୟା ଏବଂ ମେଡିକାଲ ଅମ୍ଳଜାନର ଉପଲବ୍ଧତା ସହିତ ଡାକ୍ତରଖାନାର ଭିତ୍ତିଭୂମି ସମୀକ୍ଷା କରିବ ଟିମ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ରାଜ୍ୟ ସ୍ତରୀୟ କେନ୍ଦ୍ରୀୟ ଦଳ ପରିସ୍ଥିତିର ଆକଳନ କରିବା ସହ ପ୍ରତିକାର ପାଇଁ ପରାମର୍ଶ ଦେବେ ।

ପ୍ରତିଦିନ ସନ୍ଧ୍ୟା ୭ଟା ସୁଦ୍ଧା ଜନସ୍ୱାସ୍ଥ୍ୟ କାର୍ଯ୍ୟକଳାପ ଉପରେ ରିପୋର୍ଟ ଦାଖଲ କରିବେ । କେନ୍ଦ୍ରୀୟ ଟିମର ସମୀକ୍ଷା ଯାଞ୍ଚ ତାଲିକାରେ ଓମିକ୍ରନ୍ ଷ୍ଟ୍ରେନ୍ ମାମଲା ଚିହ୍ନଟ କରିବା ପାଇଁ ନମୁନାଗୁଡ଼ିକର ଜିନୋମ୍ ସିକ୍ୱେନ୍ସିଂ ମଧ୍ୟ ଅନ୍ତର୍ଭୂକ୍ତ ରହିବ । ଦେଶରେ ଦ୍ୱିତୀୟ ସଂକ୍ରମଣର ଲହରୀ ସୃଷ୍ଟି କରୁଥିବା ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ଭାରିଆଣ୍ଟ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ।

related posts

Leave a Comment