Home Breaking News / ତାଜା ଖବର ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ: ୧୫ରୁ ୧୮ବର୍ଷ ପିଲାଙ୍କୁ ଦିଆଯିବ ଭ୍ୟାକସିନ୍‌, କୋଭିଡ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍‌

ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ: ୧୫ରୁ ୧୮ବର୍ଷ ପିଲାଙ୍କୁ ଦିଆଯିବ ଭ୍ୟାକସିନ୍‌, କୋଭିଡ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍‌

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ ୨୫/୧୨ : ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି କରୋନା ସଂକ୍ରମଣ । ଏ ନେଇ ଆମକୁ ସାବଧାନ ରହିବାକୁ ହେବ । କରୋନା ବିରୋଧରେ ଭାରତର ଲଢେଇ ଆରମ୍ଭରୁ ହିଁ ବୈଜ୍ଞାନିକ ପଦ୍ଧତି ଦ୍ବାରା ଆଧାରିତ । ଟିକାକରଣ ଆରମ୍ଭରୁ ହିଁ ବିଶେଷଜ୍ଞଙ୍କ ପରାମର୍ଶ ଦ୍ବାରା କେଉଁମାନଙ୍କୁ ପ୍ରଥମେ ଟିକାକରଣ କରାଯିବ, କୋଭିଡ ହୋଇଥିବା ବ୍ୟକ୍ତି କେବେ ଟିକା ନେବେ ଇତ୍ୟାଦି ସ୍ପଷ୍ଟ କରାଯାଇଥିଲା । ଦେଶରେ ଅକ୍ସିଜେନ୍‌ ଉତ୍ପାଦନ ବୃଦ୍ଧିପାଇଛି । ବୟସ୍କ ଜନସଂଖ୍ୟା ମଧ୍ୟରୁ ୯୦ ପ୍ରତିଶତଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆସରିଛି । ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାଦ ଭାରତରେ ଜାରି ରହିଛି ।

ମୋଦି କହିଛନ୍ତି, ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଭ୍ୟାକସିନ୍‌ । ଜାନୁଆରୀ ୧୦ ତାରିଖରୁ ସ୍ବାସ୍ଥ୍ୟ କର୍ମୀ ତଥା ଫ୍ରଣ୍ଟ ଲାଇନ୍‌ ଓ୍ବାର୍କରମାନଙ୍କୁ ବୁଷ୍ଟର ଡୋଜ୍‌ ଭ୍ୟାକସିନ୍‌ ଦିଆଯିବ ।

related posts

Leave a Comment