Home Breaking News / ତାଜା ଖବର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଅ, ନହେଲେ ୧୭ଜାନୁଆରୀରୁ ଅନିର୍ଦ୍ଦିଷ୍ଟକାଳ ସତ୍ଯାଗ୍ରହ: ଜମାକାରୀ ମିଳିତ ମଞ୍ଚ

କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଅ, ନହେଲେ ୧୭ଜାନୁଆରୀରୁ ଅନିର୍ଦ୍ଦିଷ୍ଟକାଳ ସତ୍ଯାଗ୍ରହ: ଜମାକାରୀ ମିଳିତ ମଞ୍ଚ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ତା୨୫/୧୨ ଆଜି ସୁଵର୍ଣ୍ଣପୁର ଜିଲ୍ଲାର ସୋନପୁରଠାରେ ପଞ୍ଜି ସ୍କିମ (ଚିଟଫଣ୍ଡ) କ୍ଷତିଗ୍ରସ୍ତ ଜମାକାରୀମାନେ ଏକ ଜିଲ୍ଲା ସ୍ତରୀୟ ଵୈଠକରେ ସମଵେତ ହୋଇ ସମସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ ଓ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପର୍ଯ୍ଯନ୍ତ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଭଳି ସୁଵର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ୧୭ଜାନୁଆରୀଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଜମାକାରୀ ଗଣ ସତ୍ଯାଗ୍ରହ ଦିଵା-ରାତ୍ର ଚାଲୁ ରହିଵ ଵୋଲି ଚେତାଵନୀ ଦିଆଯାଇଛି। ଆଜି ସୁଵରଣ୍ଣପୁର ଜିଲ୍ଲାର ମିଳିତ ମଞ୍ଚ ଜିଲ୍ଲା ସଭାପତି କୁଶଲେଶ୍ଵର ନାଏକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ମଞ୍ଚ ରାଜ୍ଯ କମିଟି ସଦସ୍ଯ ଲଳିତ ଦୀପ ଉଦଵୋଧନ ଦେଇ ସରକାରୀ ପ୍ରୋତ୍ସାହନରେ ଠକ କମ୍ପାନୀମାନେ ଜମାକାରୀଙ୍କଠାରୁ ଜମା ଟଙ୍କାନେଇ ଉଭାନ୍ ହୋଇଥିଵା ଵେଳେ,ଠକେଇ ଘଟଣା ଗଣମାଧ୍ଯ ଲୋକ ଲୋଚନକୁ ଆଣିଵା ପରେ ଜମାକାରୀ ଆନ୍ଦୋଳନ ହେବାରୁ ମୁଖ୍ଯମନ୍ତ୍ରୀ ଏହି ମହା ଠକେଇର କ୍ରାଇମ ଵ୍ରାଞ୍ଚ ତଦନ୍ତ, ଏହି ମହାଠକେଇରେ ପ୍ରଭାଵଶାଳୀ ଵ୍ଯକ୍ତି ଓ ରାଜନେତା ସମ୍ପୃକ୍ତିର ତଦନ୍ତ ପାଇଁ ଵିଚାର ଵିଭାଗୀୟ ତଦନ୍ତ, ତିନି ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରି ସେଥିରୁ ଜମାକାରୀଙ୍କୁ ଟଙ୍କା ଫେରସ୍ତର ପ୍ରତିଶୃତି ଦେଇ ଵାରମ୍ଵାର ଭୋଟନେଇ କ୍ଷମତାରେ ଵସିଛନ୍ତି ଵୋଲି ଅଭିଯୋଗ କରିଛନ୍ତି। ଜମାକାରୀଙ୍କ ଟଙ୍କାରେ କମ୍ପାନୀମାନେ କରିଥିଵା ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି,ଵ୍ଯାଙ୍କ ଵାଲାନସ୍,ଜମି ଜମା,କୋଠା ଵାଡି, ଗାଡି ଘୋଡା, ଶିଳ୍ପ ଇତ୍ଯାଦିକୁ ସରକାର ଜଵତ କରି ଵିକ୍ରିକରି ସେ ଅର୍ଥ ସରକାର ନିଜେ ନିଜ ପାଖରେ ରଖି ଜମାକାରୀଙ୍କୁ ନଫେରାଇ ଖାଇଗଲେଣି।କେଵଳ ସେତିକି ନୁହେଁ ସାହାରା ଭଳି କମ୍ପାନୀ ୪ଟି ମଲ୍ଟି ଷ୍ଟେଟ୍ କୋ-ଅପରେଟିଭ୍ ମାଧ୍ଯମରେ ସ୍କିମ ଭିତ୍ତିରେ ଟଙ୍କା ଜମାନେଇ ପରିପକ୍ଵ ରାଶି ନଫେରାଇ କେଵଳ ନୂଆ ସ୍କିମର ଜମା ରସିଦ ଦେଇ ଜମାକାରୀଙ୍କୁ ଗତ ୭/୮ଵର୍ଷ ହେଲା ଟଙ୍କା ଫାଙ୍କି ଚାଲିଛି।ପୋଲିସ ତା’ ଵିରୋଧରେ ଇତାଲା ନେଉ ନାହିଁ।ସରକାରଙ୍କ ଵାହୁ ଛାୟାତଳେ ଏଵେ ମଧ୍ଯ ଲୁଟ ଚାଲିଛି। ଦୀଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ସଫଳତା ପରେ ଜମାକାରୀ ଏଵେ ସଂକଳ୍ପ ନେଲେଣି ଯେ ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପର୍ଯ୍ଯନ୍ତ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସତ୍ଯାଗ୍ରହରେ ଵସି ରହିଵେ।ଏହି ସଭାରେ ଵିଶିଷ୍ଟ ଆଇନଜୀଵି ଵଳଦେଵ ଵେଦଵାକ, ସୋମନାଥ ପଧାନ,ଅନନ୍ତ ନାଏକ, ଵାଲଗୋପାଲ ମହାକୁର, ଗୌରୀ ମେହେର, ସତ୍ଯ ନାରାୟନ ଖେତି,କିଶୋର ଵଗର୍ତ୍ତି,ଗୁନା ଖମାରୀ, ପରମେଶ୍ଵର ମାହାକୁର, ପ୍ରଦୀପ ଵେହେରା,ଦେଵ ରାଜ ପାତ୍ର ପ୍ରମୁଖ ଉଦଵୋଧନ ଦେଇ ସରକାରଙ୍କ ଚଞ୍ଚକତାର ଉଚ୍ଚିତ ମୁକାଵିଲା ପାଇଁ ୧୭ ଜାନୁଆରୀରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଦିଵାରାତ୍ର ଅନିର୍ଦ୍ଦିଷ୍ଟକାଳ ଜମାକାରୀ ଗଣ ସତ୍ଯାଗ୍ରହର ସଫଳତା ପାଇଁ ଆହ୍ବାନ ଦେଇଥିଲେ। ସମସ୍ତ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀ ଏଥିରେ ସାମିଲ ହେଵାକୁ ଆହ୍ଵାନ ଦିଆଯାଇଛି।

related posts

Leave a Comment