Home Breaking News / ତାଜା ଖବର ବଡମ୍ବାର ଦାଶରଥିପୁର ଓ ମାଳତୀରେ ୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ ଓ ଲୋକାର୍ପଣ : ବଡମ୍ବାରେ ରେଙ୍ଗାଲି ଭୂତଳ ପାଇପ ସେଚ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

ବଡମ୍ବାର ଦାଶରଥିପୁର ଓ ମାଳତୀରେ ୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ ଓ ଲୋକାର୍ପଣ : ବଡମ୍ବାରେ ରେଙ୍ଗାଲି ଭୂତଳ ପାଇପ ସେଚ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା ବ୍ଲକର ଦାଶରଥିପୁର ଓ ମାଳତୀ ୨ଟି ପଂଚାୟତରେ ୧୫ କୋଟି ଟଙ୍କାରୁ ଉର୍ଦ୍ଧ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନୀ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି I ହାଡୁଆ ସେଚ ପ୍ରକଳ୍ପ ଦ୍ୱାରା ନିର୍ମିତ ୨ଟି ସଂଯୋଗ ସେତୁ ସହ ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ମହାକାଳୀ ପର୍ଯ୍ୟଟନ ସମ୍ପ୍ରସାରଣର ଲୋକାର୍ପଣ ହୋଇଛି ଏବଂ ହାଡୁଆ ମଧ୍ୟମ ସେଚ ପ୍ରକଳ୍ପର ଏକ ମହାକାଳୀ ପୀଠ ସଂଲଗ୍ନ ବିଶ୍ରାମଗାର ନବୀକରଣ ଓ ସଂଲଗ୍ନ ପାର୍କ ତଥା ଜାନିପଦର ଏକ ସଂଯୋଗୀକରଣ ରାସ୍ତାର ଶିଳାନ୍ୟାସ କରାଯାଇଛି I ରେଙ୍ଗାଲି ଭୂତଳ ପାଇପ ବ୍ୟବସ୍ଥା ପାଇଁ କଲି କ୍ୟାବିନେଟ ଅନୁମୋଦନ ଯୋଗୁଁ ବଡମ୍ବା ବାସୀଙ୍କ ତରଫରୁ ମହାକାଳୀ ପୀଠରେ ଧନ୍ୟବାଦ ଅର୍ପଣ କରାଯଇଛି I

ଦାଶରଥିପୁର ଗଙ୍ଗାଧର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟରେ ବିଦ୍ୟାଳୟ ରୁପନ୍ତୀକରଣ କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀ ମିଶ୍ର ଶିଳାନ୍ୟାସ କରିବା ପରେ ଦାଶରଥିପୁର ଓ ଖାରୋଡ଼ ୨ଟି ଯାକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଭିତ୍ତିଭୂମିକୁ ଉଦଘାଟନ କରିଥିଲେ I ଗ୍ରାମ ଦେବଟି ଓ ମହିଳା ଗୋଷ୍ଠୀ ଗୃହକୁ ଦାଶରଥିପୁରରେ ଉଦଘାଟନୀ ପରେ ଏକ ଗ୍ରାମ୍ୟସଭାରେ ବ୍ଲକ ଅଧ୍ୟକ୍ଷା , ସ୍ଥାନୀୟ ଜନ ପ୍ରତିନିଧି ଶ୍ରୀମତୀ ରିତାରାଣୀ ଆରୁଖ ଓ ପତିତ ପବନ ସାହୁ , ସର୍ବଶ୍ରୀ ରବୀନ୍ଦ୍ର ସାହୁ, ମୁରଲୀଧର ପଣ୍ଡା, ହରିହର ସାମନ୍ତରାୟ , ଯୁଗଳ ବାରିକି, ସାଧୁଚରଣ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ I ତାପରେ ହାଡୁଆ ପ୍ରକଳ୍ପ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ବିପିନ ସାହୁ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତି ରେ ପ୍ରକଳ୍ପ ଦ୍ୱାରା ନିର୍ମିତ ଭିତ୍ତିଭୂମି ସଂଯୋଗୀକରଣର ଲୋକାର୍ପଣ ଓ ଶିଳାନ୍ୟାସ ବିଧାୟକ କରିଥିଲେ I ଏହାପରେ ମହାକାଳୀ ପର୍ଯ୍ୟଟନ ସ୍ଥଳୀର ଲୋକାର୍ପଣ ପରେ ଶ୍ରୀବତ୍ସ ଆରୁଖଙ୍କ ସଂଯୋଜନାରେ ଏକ ସାଧାରଣ ସଭାରେ ବିଧାୟକ ଶ୍ରୀ ମିଶ୍ର ସମେତ ବ୍ଲକ ଅଧ୍ୟକ୍ଷା ଅନୁଶୁୟା ନାୟକ ବିଜେଡି ସଭାପତି ଶ୍ରୀ ରବୀନ୍ଦ୍ର ସାହୁ , ଜିଲ୍ଲା ସମ୍ପାଦକ ରଘୁପତି ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ I ଭାଲୁ ବେରେଣୀ ବିଦ୍ୟାଳୟ ପରିସରରେ ଏକ ନୂତନ ଅଙ୍ଗନବାଡି କେନ୍ଦ୍ରକୁ ବିଧାୟକ ଉଦଘାଟନ କରିଥିଲେ I

ମାଳତୀ ପଂଚାୟତର ଜାନିପଦର ଠାରେ ଶ୍ରୀ ଭୀମସେନ ସ୍ୱାଇଁ ତଥା ଗ୍ରାମବାସୀ ମାନଙ୍କ ଉପସ୍ତିତିରେ ବିଦ୍ୟାଳୟ ସମ୍ପ୍ରସାରଣର ଓ ନୂତନ ସଂଯୋଗୀକରଣର ଶିଳାନ୍ୟାସ ହୋଇଥିଲା I ମାଳତୀ ଠାରେ ନୂତନ ପଂଚାୟତ ଭବନ ଓ କଲ୍ୟାଣ ମଣ୍ଡପ , ମହିଳା ଗୋଷ୍ଠୀ କେନ୍ଦ୍ରର ଉଦଘାଟନୀ ବିଧାୟକଙ୍କ ଦ୍ୱାରା ସ୍ଥନୀୟ ସରପଂଚ ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି , ସମିତି ସଭ୍ୟା ଶ୍ରୀମତୀ ଶାନ୍ତିଲତା ଖୁଣ୍ଟିଆ , ଶ୍ରୀ ଚଗଲା ମହାନ୍ତି ଓ ଶ୍ରୀ ଶେଷଦେବ କଅଁରଙ୍କ ଉପସ୍ତିତିରେ ଅନୁଷ୍ଠିତ ହୋଇଥିଲା I ଦଉଡ଼ିଆ ବେରେଣୀ ଗ୍ରାମରେ ଉଠା ଜଳସେଚନ କେନ୍ଦ୍ର . ମନଗଲା ମନ୍ଦିର , ଜୟ ମା ଦୁର୍ଗା ଯୁବକ ସଂଘର ନୂତନ ଗୃହ ର ଉଦଘାଟନୀ ବିଧାୟକଙ୍କ ଦ୍ୱାରା ଗ୍ରାମ ମୁଖିଆ ମହିଳା ଗୋଷ୍ଠୀ ତଥା , ସୁବାଷ ବେହେରା (ଟୁକୁ), ରଘୁପତି ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା I

related posts

Leave a Comment