Home Breaking News / ତାଜା ଖବର ବର୍ତ୍ତି ବାଲି ଘାଟିରେ ଓଲଟିଲା ବୋରୱେଲ ଖନନ ଗାଡ଼ି

ବର୍ତ୍ତି ବାଲି ଘାଟିରେ ଓଲଟିଲା ବୋରୱେଲ ଖନନ ଗାଡ଼ି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା – ୨୫/୧୨-(ଧନେଶ୍ବର ରାଉତ)- ଆଜି ଅପରାହ୍ନରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ି ବାଲି ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତି ବାଲି ଘାଟି ରାସ୍ତା ରେ ବୋର ୱେଲ ଖନନ କରୁଥିବା ରିଗ ମେସିନ ଗାଡ଼ି ଭାର ସାମ୍ୟ ହରାଇ ଓଲଟି ପଡ଼ିଛି । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ବେଳେଗାଡ଼ି ର ସମ୍ମୁଖ ଭାବ ନଷ୍ଟ ହୋଇଛି ।ସେହିପରି ଗାଡ଼ିଦୁର୍ଘଟଣା ରେ ରାସ୍ତା ଅବରୋଧ ହୋଇ ଥିବାରୁ ଯାନବାହନ ଯାତାୟାତ ଅସୁବିଧା ହେଉଛି ।ଏହି ଗାଡ଼ିଟି ମାଣ୍ଡିବିଶି ପଞ୍ଚାୟତ ର କିଛି ସ୍ଥାନରେ ବୋର ଖୋଳି ସାରିବା ପରେ ରାୟଗଡ଼ା ଅଭିମୁଖେ ଯାଉ ଥିଲା । କିନ୍ତୁ ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଓଲଟି ପଡିଥିଲା ।ଅଣ ଓସାରିଆ ରାସ୍ତା ପାର୍ଶ୍ୱରେ ଗାଡ଼ି ଟି ପଡ଼ି ରହିଥିବାରୁ ଅନ୍ୟ ସବୁ ଯାନବାହନ ଯାତାୟାତ ରେ ଅସୁବିଧା ହେଉଛି ।ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଟିକୁ ତୁରନ୍ତ ସ୍ଥାନାନ୍ତର ପାଇଁ ଦାବି ହେଉଛି ।

related posts

Leave a Comment